ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧିବଦ୍ଧ ଭାବେ କଂଗ୍ରେସରେ ମିଶିଲେ ବିଜେଡିରୁ ନିଲମ୍ବିତ ଢେଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ। କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ସାମିଲ ହୋଇଛନ୍ତି।

କଂଗ୍ରେସରେ ମିଶିବା ପରେ ନବୀନ ନନ୍ଦଙ୍କୁ କଂଗ୍ରେସ ଢେଙ୍କାନାଳ ସଦର ବିଧାନସଭା ଆସନରୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

ପୂର୍ବରୁ ନବୀନ ନନ୍ଦ ବିଜେପିରେ ମିଶିବାକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ କଂଗ୍ରେସରେ ସାମିଲ ହୋଇଛନ୍ତି ନବୀନ ନନ୍ଦ।

Comment