ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେପିରେ ମିଶିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ। ପାରଳାଖେମୁଣ୍ଡି ବିଧାନସଭା ଟିକେଟ କଲ୍ୟାଣୀ ଗଜପତିଙ୍କୁ ମିଳିବା ପରେ ଅସନ୍ତୋଷ ଜାହିର କରିଥିଲେ ନାରାୟଣ ରାଓ। ସମର୍ଥକଙ୍କ ସହ ସେ ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ। ଆଜି ସେ ବିଜେପିରେ ଯୋଗ ଦେଇଛନ୍ତି।

ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି ପାର୍ଟି ଅଫିସରେ ଆଜି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେ ନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। କେ ନାରାୟଣ ରାଓ ସମର୍ଥକଙ୍କ ଗହଣରେ ପଦ୍ମ ଧରିଥିଲେ।

କେ ନାରାୟଣ ରାଓ କହିଛନ୍ତି, “ଟିକେଟ ବଣ୍ଟନରେ ତାଙ୍କ ସହ ଅନ୍ୟାୟ କରାଯାଇଛି। ଟିକେଟ ନମିଳିବାରୁ ମୁଁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ମୁଁ ବିଜେପି ଆସିଛି।”

Comment