ଓଡ଼ିଶାଲାଇଭ୍‌ ବ୍ୟୁରୋ

ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନବୀନ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ଏହି ଅବସରରେ ନବୀନଙ୍କ ସହ ରିଟର୍ଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ନାୟକ, ହିଞ୍ଜିଳି ତହସିଲଦାର ଗୋପୀନାଥ କୁଅଁରଙ୍କ ସମେତ ଗଞ୍ଜାମର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଛନ୍ତି।

ନାମାଙ୍କନ ପତ୍ର ଦାଖଲ କରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ନବୀନ।

“ଖୁବଶୀଘ୍ର ବିଜେପୁର ପାଇଁ ନାମାଙ୍କନ ପତ୍ର ଦାଖଲ କରିବି। ଆଶା କରୁଛି ଏଥର ବି ବଜେଡି ବହୁମତ ହାସଲ କରିବ। ବିଜେଡି ବହୁ ଆସନରୁ ବିଜୟୀ ହେବ।”, କହିଛନ୍ତି ନବୀନ।

Comment