ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ରାଣୀ ମୁଖର୍ଜୀ ପ୍ରଥମେ ତାଙ୍କ ବାପା ରାମ ମୁଖର୍ଜୀଙ୍କ ନିର୍ଦ୍ଦେଶିତ ବେଙ୍ଗଲୀ ଫିଲ୍ମ ‘ବେୟର ଫୁଲ’ରେ ଅଭିନୟ କରିଥିଲେ। ଏହାପରେ ସେ ଗୋଟିଏ ପରେ ଗୋଟିଏ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ।

‘ରାଜା କି ଆଈ ବାରାତ୍‌’ ଫିଲ୍ମ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ଥିଲା। ଫିଲ୍ମ ହିଟ୍‌ ହୋଇନଥିଲେ ମଧ୍ୟ ସେ ବଲିଉଡରେ ନିଜର ସ୍ଥାନ ବନେଇବାରେ ସଫଳ ହୋଇପାରିଥିଲେ। ନିଜ ସୁନ୍ଦର ଅଭିନୟରେ ଦର୍ଶକଙ୍କୁ ଦିୱାନା କରିଥିବା ରାଣୀ ଆଜି ତାଙ୍କ ଜନ୍ମ ଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମ ମାର୍ଚ୍ଚ ୨୧, ୧୯୭୮ରେ ହୋଇଥିଲା। ରାଣୀଙ୍କ ପୂରା ପରିବାର ବଲିଉଡ ସହିତ ଜଡ଼ିତ। ରାଣୀଙ୍କ ବାପା ରାମ ମୁଖର୍ଜୀ ବଲିଉଡର ଅନେକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।

୧୯୯୮ ମସିହାରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କୁଛ କୁଛ ହୋତା ହୈ’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ରାନୀ ‘ଟୀନା’ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ଦର୍ଶକ ତାଙ୍କୁ ଖବ୍ ପସନ୍ଦ କରିଥିଲେ।

ଏହାପରେ ୨୦୦୨ରେ ‘ସାଥୀୟା’ ଫିଲ୍ମରେ ଅଭିନୟ କରିଥିଲେ। ଏହି ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା।

ବଲିଉଡରେ ଅନେକ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି ରାନୀ।

Comment