ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଆସିକାରେ ରୋଚକ ହେବ ଲଢ଼େଇ । ସଦ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିବା ପୁରୁଣା ନେତା ଦେବରାଜ ନବୀନଙ୍କ ନୂଆ ମୁହଁ ମଞ୍ଜୁଳା ସ୍ୱାଇଁଙ୍କୁ ସାମ୍ନା କରିବେ!

ବାଜିଛି ନିର୍ବାଚନ ବିଗୁଲ। ଏହାପରେ ଉତରରୁ ନେଇ ଦକ୍ଷିଣ ପୂର୍ବରୁ ନେଇ ପଶ୍ମିମ ସବୁଠି ନିର୍ବାଚନୀ ମଳୟ ବହିବାରେ ଲାଗିଛି। ଗାଁର ଚା ଦୋକାନ ହେଉ କି ସହରର ଖଟି ସ୍ଥାନ ସବୁଠି ଏବେ ନିର୍ବାଚନୀ ଚର୍ଚ୍ଚା।

ସବୁ ଚର୍ଚ୍ଚା ଭିତରେ ସମସ୍ତଙ୍କ ଫୋକରେ ରହିଛି ଆସିକା ଲୋକସଭା ଓ ବିଧାନସଭା ଆସନ କାରଣ ନବୀନ ପଟ୍ଟନାୟକ ଆସିକାରେ ଦୁଇ ଜଣ ମହିଳାଙ୍କୁ ଟିକେଟ ଦେଇଛନ୍ତି ଯେଉଁମାନେ ନିର୍ବାଚନୀ ମୈଦାନକୁ ପ୍ରଥମ ଥର ଲାଗି ଓହ୍ଲାଇବେ।

ଆସିକା ଲୋକସଭା ଆସନ ଲାଗି ଏଥର ବିଜେଡି ସୁପ୍ରିମୋ ଜଣେ ସାଧାରଣା ମହିଳାଙ୍କୁ ଟିକେଟ ଦେଇଛନ୍ତି ଯାହା ପରେ ଆସିକାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଆସିକାରୁ ବିଜେଡିର ବିଧାନସଭା ପ୍ରାର୍ଥୀ ହୋଇଛନ୍ତି ମଞ୍ଜୁଳା ସ୍ୱାଇଁ ଯାହାପରେ ବିଜେଡିରୁ ତିନି ତିନି ଥର ବିଧାୟକ ଥିବା ଦେବରାଜ ମହାନ୍ତି ବିଜେଡି ଛାଡ଼ି ବୁଧବାର ବିଜେପିର ସାମିଲ ହୋଇଛନ୍ତି।
୨୦୦୦,୨୦୦୯,୨୦୧୪ରେ ଦେବରାଜ ବିଜେଡିରୁ ନିର୍ବାଚନ ଲଢ଼ି ଜିତିଛନ୍ତି। ଏବେ ସେ ବିଜେପିରେ ମିଶିବା ପରେ ଚର୍ଚ୍ଚା ହେଉଛିକି ଆସିକା ରାଜନୀତିରେ ସମୀକରଣ ବଦଳିପାରେ।

ଏଭଳି ବି ଚର୍ଚ୍ଚା ହେଉଛି ଯେ ଆସିକା ବିଧାନସଭା ଲାଗି ବିଜେପି ଦେବରାଜଙ୍କୁ ପ୍ରାର୍ଥୀ କରିପାରେ। ଯାହାପରେ ପ୍ରମିଳା ଓ ଦେବରାଜଙ୍କ ମଧ୍ୟରେ ନିର୍ବାଚନୀ ମୈଦାନରେ ଲଢେଇ ଜୋର ହୋଇପାରେ।

ଦେବରାଜଙ୍କର ଆସିକାରେ ଗତ ୧୫ବର୍ଷ ହେବ ସକ୍ରିୟ ରାଜନୀତିରେ ଅର୍ଥାତ ସେଠାରେ ତାଙ୍କର ସଙ୍ଗଠନ ସୁଦୃଢ। ଅନ୍ୟପଟେ ବିଜେଡି ନୂଆ ମୁହଁ ହିସାବରେ ମଞ୍ଜୁଳା ସ୍ୱାଇଁଙ୍କୁ ଟିକେଟ ଦେଇଛନ୍ତି। ସେହି ଦୃଷ୍ଟିରୁ ଆସିକା ନିର୍ବାଚନରେ ଦେବରାଜ ମଞ୍ଜୁଳାଙ୍କୁ ଚେକମେଟ୍‌ ଦେବେ ବୋଲି ରାଜନୈତିକ କରିଡ଼ରରେ ଚର୍ଚ୍ଚା ହେଉଛି।

Comment