ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସକୁ ଲାଗିଛି ପୁଣ ଏକ ଝଟ୍‌କା। ଗୁରୁବାର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସର ହାତ ଛାଡ଼ିଛନ୍ତି। ୨୦୦୯ରେ ଦେବୀ ପ୍ରସନ୍ନ ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ କଂଗ୍ରେସର ବିଧାୟକ ଥିଲେ।

ଦଳ ତାଙ୍କୁ ଅଣଦେଖା କରୁଥିବା ଅଭିଯୋଗ ନେଇ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ଦେବୀ ପ୍ରସନ୍ନ ଚାନ୍ଦ କହିଛନ୍ତି, “କଂଗ୍ରେସ ଦଳରେ ବ୍ୟବସାୟ ଚାଲିଛି। ସେଥିପାଇଁ ମୁଁ ଦଳ ଛାଡ଼ିବା ପାଇଁ ବାଧ୍ୟ ହୋଇଛି।”

୨୦୦୯ରେ ବାଲେଶ୍ୱର ଜଳେଶ୍ୱରରୁ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ଭେବେ ନିର୍ବାଚନ ଲଢ଼ି ଜିତିଥିଲେ। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ବିଧାୟକ ରହିସାରିଛନ୍ତି।

ନର୍ବାଚନ ସମୟରେ ଯେତେ ପାଖକୁ ଆସୁଛି କଂଗ୍ରେସ ଦଳର ବହୁ ପୁରୁଖା ନେତା ଦଳର ହାତ ଛାଡ଼ୁଛନ୍ତି। ନିକଟରେ ଯୋଗେଶ ସିଂହ, ନବ ଦାସ, ପ୍ରକାଶ ବେହେରା ଓ ସାଧୁ ନେପାକଙ୍କ ଭଳି ପ୍ରମୁଖ କଂଗ୍ରେସ ନେତା ଦଳ ଛାଡ଼ିଥିଲେ। ବର୍ତ୍ତମାନ ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସର ହାତ ଛାଡ଼ିଛନ୍ତି।

Comment