ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି। ନିର୍ବାଚନ ପୂର୍ବରୁ ପ୍ରତିଦିନ ରାଜ୍ୟ ରାଜନୀତିରେ କିଛି ନା କିଛି ଘଟୁଛି।

ରାଜନୈତିକ ହଟଚମଟ ଭିତରେ ସବୁଠୁ ଅଧିକ ଦଳଡିଆଁ ବା ଅଦଳବଦଳ ଚାଲୁଛି। କିଏ କେତେବେଳେ କେଉଁଦଳ ଛାଡି ଅନ୍ୟକେଉଁଠି ମିଶୁଛି ତାହା କହିବା କଷ୍ଟ।

ଏହା ଭିତରେ ଶନିବାର ଦେଖିବାକୁ ମିଳିଥିଲା ଏକ ରୋଚକ ଚିତ୍ର। ଯାହାକୁ ନେଇ ଏବେ ରାଜନୈତିକ କରିଡ଼ରରେ ଢ଼େର ଚର୍ଚ୍ଚା।

ଶନିବାର ବିଜୟ ମହାପାତ୍ରଙ୍କ ଘର ସାମ୍ନାରେ ଦେଖିବାକୁ ମିଳିଥିଲା ବୈଜୟନ୍ତ ପଣ୍ଡା ଓ କେଭି ସିଂ ଦେଓଙ୍କୁ। ଯାହା ପରେ ଚର୍ଚ୍ଚା ହେଉଛି କି ବିଜୟ ମହାପାତ୍ର ବିଜେପିକୁ ହୁଏତ ଫେରିପାରନ୍ତି।

ନିର୍ବାଚନର କିଛିଦିନ ପୂର୍ବରୁ ବିଜୟ ମହାପାତ୍ରଙ୍କୁ ବିଜେପିର ବୈଜୟନ୍ତ ପଣ୍ଡା ଓ କେଭି ସିଂ ଦେଓ ଭେଟିବା ପରେ ଲାଗୁଛି ବିଜେପିରୁ ବିଜୟଙ୍କ ଆବଶ୍ୟକତା ମନେ କରୁଛି।

ବିଜୟ ମହାପାତ୍ର ଏ ନେଇ ଗଣମାଧ୍ୟମକୁ ସେପରି କିଛି ପ୍ରତିକ୍ରିୟା ଦେଇନାହାନ୍ତି। ମାତ୍ର କିଛି ଦିନ ପୂର୍ବରୁ କହିଥିଲେ କି, “ମୁଁ ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନେବି।”

ତେବେ ବିଜୟ ଯଦି ପୁଣିଥରେ ବିଜେପିକୁ ଫେରନ୍ତି ତେବେ ଦଳ ତରଫରୁ ତାଙ୍କୁ କେଉଁ ଦାୟିତ୍ୱ ଦିଆଯାଉଛି ଓ ଆଗାମୀ ନିର୍ବାଚନ ବେଳେ ଦଳ ଲାଗି ବିଜୟ କେତେ ଫାଇଦା ହେବେ ତାହା ବିଜୟଙ୍କ ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment