ଓଡ଼ିଶାଲଇଭ୍‌ ପଲିଟିକାଲ୍ ବ୍ୟୁରୋ

ନିର୍ବାଚନକୁ ଆଉ ଅଳ୍ପଦିନ ମାତ୍ର ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତି ସରଗରମ ହୋଇଛି। ପ୍ରତିଦିନ ତିନି ପ୍ରମୁଖ ଦଳରେ ଅଦଳ ବଦଳ ପର୍ବ ଜାରି ରହିଛି।

ସେହି କ୍ରମରେ ସୂଚନା ମିଳୁଛି କି ରବିବାର ଭିମସାର୍‌ର ପୂର୍ବତନ ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ କଂଗ୍ରେସରେ ସାମିଲ ହୋଇଛନ୍ତି। କିଛିଦିନ ପୂର୍ବରୁ ପୂଜାହାରୀ ଭିମ୍‌ସାରର ନିର୍ଦ୍ଦେଶକ ପଦରୁ ଇସ୍ଥଫା ଦେଇଥିଲେ। ଯାହା ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ଶ୍ରୀଯୁକ୍ତ ପୂଜାହାରୀ ରବିବାର କଂଗ୍ରେସରେ ସାମିଲ ହୋଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ଉପସ୍ଥିତିରେ ପୂଜାହାରୀ କଂଗ୍ରେସର ହାତ ଧରିଛନ୍ତି।

ଯଦି ପୂଜାହାରୀ କଂଗ୍ରେସରେ ସାମିଲ ହୁଅନ୍ତି ତେବେ ତାଙ୍କୁ ଦଳ ଆଗାମୀ ନିର୍ବାଚନ ଲାଗି ଟିକେଟ ଦେଉଛି ନା ଆଉ କିଛି ଦାୟିତ୍ୱ ଦେବ ସେ ନେଇ ଚିତ୍ର କିଛି ସ୍ପଷ୍ଟ ହୋଇପାରିନାହିଁ।

Comment