ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନ ବିଗୁଲ। ଏହା ପରେ ୧୪୭ ବିଧାନସଭା ଓ ୨୧ ଲୋକସଭା ଲାଗି ବିଜେଡି, ବିଜେପି କି କଂଗ୍ରେସ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଘୋଷଣା କରିନଥିଲେ ବି କିଛି କିଛି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି ତିନି ଦଳ।

ବିଜେରି ଏହା ଭିତରେ ୧୫ଲୋକସଭା ଓ ୧୨୧ ବିଧାନସଭା ଲାଗି ପ୍ରାର୍ଥୀ ଘୋଷଣା କରିଛି। ଯାହା ଭିତରେ ଫୋକସରେ ଥିବା ଆସନ ମଧ୍ୟରେ କେନ୍ଦ୍ରପଡ଼ା ଆସନ ଗୋଟିଏ।

ପୂର୍ବଥର ପରି କେନ୍ଦ୍ରାପଡା଼ରୁ ଏଥର ବି ସାଂସଦ ପ୍ରାର୍ଥୀ ହୋଇଛନ୍ତି ବୈଜୟନ୍ତ ପଣ୍ଡା କିନ୍ତୁ ଫରକ ଏହା କି ଏଥର ସେ ବିଜୁ ଜନତା ଦଳ ନୁହଁ ବିଜେପି ଦଳରୁ ନିର୍ବାଚନ ଲଢ଼ିବେ।

ଯାହାପରେ ରାଜନୈତିକ କରିଡରରେ ଏ ନେଇ ଅନେକ ଚର୍ଚ୍ଚା। କାରଣ ଏ ଯାଏଁ ବିଜେଡି ବୈଜୟନ୍ତଙ୍କ ବିପକ୍ଷରେ ପ୍ରାର୍ଥୀ ଘୋଷଣା କରିନାହିଁ।

ଏ ନେଇ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ଭେଟିଥିଲା ଆମ ଟିମ୍‌। ଓଡ଼ିଶାଲାଇଭ୍‌କୁ ଅତନୁ ଦେଇଥିବା ପ୍ରତିକ୍ରିୟାରୁ ଲାଗୁଛି ବିଜେପିରେ ବୈଜୟନ୍ତ ସାମିଲ ହେବାପରେ ବିଜୁଜନତା ଦଳ ଉପରେ ସେମିତି କିଛି ପ୍ରଭାବ ପଡ଼ିବ ନାହିଁ।

ଅତନୁ କହିଛନ୍ତି, “ଏଠାରେ କାହାର ହାୱା ଚାଲିବନି। କେନ୍ଦ୍ରପଡ଼ାବାସୀ ସବୁବେଳେ ବିଜୁଜନତା ଦଳ ଓ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପରେ ବିଶ୍ୱାସ ରଖିଛନ୍ତି ଓ ଭଲ ପାଇବା ଦେଇଛନ୍ତି ଯାହା ଆଗକୁ ମଧ୍ୟ ରହିବ। ଏ ହେଉଛି ବିଜୁ ପଟ୍ଟନାୟକଙ୍କ ମାଟି। କେନ୍ଦ୍ରପଡ଼ା ବାସୀଙ୍କ ସବୁ ସୁଖରେ ଦୁଃଖରେ ବିଜୁ ଜନତା ଦଳ ରହିଛି ଓ ଆଗକୁ ରହିବ ମଧ୍ୟ।”

ଅତନୁଙ୍କ କନିଫିଡେନ୍ସ ଦେଖି ଲାଗୁଛି ଦଳ କେନ୍ଦାପଡ଼ାରେ ବୈଜୟନ୍ତଙ୍କ ବିପକ୍ଷରେ ନିଶ୍ଚିତ ଜଣେ ଟାଣୁଆ ନେତାଙ୍କୁ ଛିଡ଼ା କରିବ। ଏପରି ବି କୁହାଯାଉଛି ବିଜେଡି ପ୍ରାର୍ଥୀଙ୍କ ନାଁ ଫାଇନାଲ କରିସାରିଛି କେବଳ ଔପଚାରିକ ଘୋଷଣା ବାକି ଅଛି। ତେବେ ଦେଖାଯାଉ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ବିପକ୍ଷରେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ଓ ତାର ପ୍ରଭାବ ଆଗାମୀ ନିର୍ବାଚନ ଉପରେ କଣ ପଡ଼ୁଛି।

Comment