ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ନିର୍ବାଚନ ମାହୋଲ ରହିଛି। ପ୍ରଥମ ପର୍ଯ୍ୟାୟ ଭୋଟିଂ ଆଉ ବେଶି ଦିନ ନାହିଁ। ରାଜନୈତିକ ଦଳ ଏବଂ ଆଶାୟୀ ପ୍ରାର୍ଥୀ ଯେକୌଣସି ମତେ ଭୋଟ୍ ହାତେଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏହାରି ଭିତରେ ତାମିଲନାଡୁରେ ଏକ ଭିନ୍ନ ଧରଣର ମାମଲା ସାମ୍ନାକୁ ଆସିଛି। ଜଣେ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଜିତିବା ପରେ ମାଗଣାରେ ମଦ ଦେବାକୁ ଘୋଷଣା କରିଛନ୍ତି।

୫୫ ବର୍ଷୀୟ ଶେଖ ଦାଉଦ୍ ଘୋଷଣା କରିଛନ୍ତି ନିର୍ବାଚନରେ ବିଜୟୀ ହେଲେ ପ୍ରତି ଘରକୁ ୧୦ ଲିଟର ଲେଖାଏଁ ମାଗଣାରେ ମଦ ଦେବେ। ଶେଖ୍ ଦାଉଦ୍ ତିରୁପୁର ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜର ନିର୍ବାଚନୀ ଘୋଷଣାପତ୍ରରେ ୧୫ଟି ଲୋଭନୀୟ ଘୋଷଣା କରିଛନ୍ତି।

ଘୋଷଣାପତ୍ରରେ ମହିଳାଙ୍କ କ୍ଷେତ୍ରରେ ଅଧିକ ଗୁରୁତ୍ୱାରୋପ ଦେଇଛନ୍ତି। ପ୍ରତି ମାସରେ ମହିଳାଙ୍କୁ ୨୫ ହଜାର ଟଙ୍କା ଦେବାକୁ ଘୋଷଣାପତ୍ରରେ ଉଲ୍ଲେଖ କରିଛନ୍ତି। ଏହାଛଡ଼ା ପ୍ରତି ପରିବାରର ଜଣେ ବ୍ୟକ୍ତିଙ୍କୁ ସରକାରୀ ଚାକିରିର ପ୍ରତିଶ୍ରୁତି ଦେଇଛନ୍ତି। ପ୍ରତି ଯୁବତୀଙ୍କୁ ବିବାହ ସମୟରେ ୧୦ଟି ସୁନା ମୋହର ସହିତ ୧୦ ଲକ୍ଷ ନଗଦ ଟଙ୍କା ଦିଆଯିବ। ଜିଲ୍ଲାରେ ଥିବା ପାଣି ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି ଲୋକସଭା ପ୍ରାର୍ଥୀ ଶେଖ୍ ଦାଉଦ୍।

Comment