ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବରିଷ୍ଠ ବିଜେପି ନେତା ଅମିତ ଶାହ। ସେ ଶୁକ୍ରବାର ଗୁଜରାଟର ଗାନ୍ଧୀନଗର ଆସନରୁ ଦ୍ୱିତୀୟ ଥର ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଓ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ।

ପ୍ରାର୍ଥିପତ୍ର ଦାଖଲ ପାଇଁ ଅମିତ ଶାହ ଶୋଭାଯାତ୍ରାରେ ଆସି ଗାନ୍ଧୀନଗର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରାରେ ଅନେକ ବିଜେପି କର୍ମୀ ସାମିଲ ହୋଇଥିଲେ।

“ମୁଁ ଆଜି ଗାନ୍ଧୀନଗର ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛି। ଏହା ମୋ ପାଇଁ ଗର୍ବର ବିଷୟ। ଏହି ଆସନରୁ ଅଟଳବିହାରୀ ବାଜପେୟୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ଭଳି ବରିଷ୍ଠ ନେତା ପ୍ରତିନିଧିତ୍ୱ କରିଛନ୍ତି। ମୁଁ ୩୦ ବର୍ଷ ଧରି ଏହି ଅଞ୍ଚଳରୁ ବିଧାୟକ ଏବଂ ସାଂସଦ ରହିଛି। ଏଠାକାର ଲୋକମାନେ ମୋତେ ବହୁତ ଭଲ ପାଇବା ଦେଇଛନ୍ତି”, କହିଛନ୍ତି ଅମିତ ଶାହ।

ଏଥର ଗୁଜରାଟ ଲୋକସଭାର ସମସ୍ତ ୨୬ଟି ସିଟରେ ମେ’ ୭ ତାରିଖରେ ଗୋଟିଏ ଦିନରେ ମତଦାନ ହେବ। ଗାନ୍ଧୀନଗରରୁ ଚଳିତ ଥର ଅମିତ ଶାହଙ୍କ ବିପକ୍ଷରେ କଂଗ୍ରେସ ସୋନଲ ପଟେଲଙ୍କୁ ପ୍ରାର୍ଥୀ କରିଛି।

୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହ ଏହି ଗାନ୍ଧୀନଗର ଆସନରେ ୮ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ ପାଇଥିଲେ। ସେ ପ୍ରାୟ ୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ କଂଗ୍ରେସ ପ୍ରାର୍ଥୀ ସିଜେ ଚାୱଡାଙ୍କୁ ହରାଇଥିଲେ।

Tags: #LoksabhaElection #AmitShah #Nomination #Gandhinagar #Gujrat

LEAVE A REPLY

Please enter your comment!
Please enter your name here