ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୟାଗଡରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ନୟାଗଡରେ ଆୟୋଜନ କରାଯାଇଥିବା ଏକ ସାଧାରଣ ସଭାରେ ୨୦୧୯ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ।

ନବୀନ କେନ୍ଦ୍ର ଅବହେଳା ପ୍ରସଙ୍ଗରୁ ନିଜ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ପୋଲଭରମଠୁ ଆରମ୍ଭ କରି କୋଇଲା, ନିର୍ବାଚନୀ ପ୍ରତିଶ୍ରୁତି କଥା ଉଠାଇଛନ୍ତି ବିଜେଡି ସୁପ୍ରିମୋ।

ନବୀନ ନିଜ ପ୍ରଚାରରେ ଉଭୟ କଂଗ୍ରେସ ଓ ବିଜେପିକୁ ଟାର୍ଗେଟ କରିଛନ୍ତି। ରାହୁଲ ଓଡ଼ିଶା ଗସ୍ତ ସମୟରେ ନବୀନଙ୍କୁ ମୋଦିଙ୍କ ରିମୋଟ କଣ୍ଟ୍ରୋଲ ବୋଲି କହି ଟାର୍ଗେଟ କରିଥିଲେ। ଆଉ ରବିବାର ନୟାଗଡରେ ନବୀନ ଠିକ୍‌ ରାହୁଲଙ୍କ ଶୈଳୀରୁ ହିଁ ତାଙ୍କୁ ଟାର୍ଗେଟ କରିଛନ୍ତି। ଏହା ସହିତ ଓଡ଼ିଶାବସୀଙ୍କୁ ତାଙ୍କର ହାଇକମାଣ୍ଡ ବୋଲି କହିଛନ୍ତି।

ଏହା ସହିତ ନବୀନ କହିଛନ୍ତି, “କେନ୍ଦ୍ରରେ ଏଥର କେହି ବହୁମତ ପାଇବେ ନାହିଁ। କେନ୍ଦ୍ର ରାଜନୈତିକ ଦଳ ଏଠି ତିଷ୍ଠି ପାରିବେ ନି। କେନ୍ଦ୍ରରେ ସରକାର ଗଠନରେ ଆମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ୨୧ ଲୋକସଭା ଆସନରୁ ୨୧ଟିରେ ବିଜେଡି ହିଁ ଜିତିବ।”

ନବୀନ ପ୍ରଚାର ଆରମ୍ଭରୁ ଯେଉଁସବୁ ପ୍ରସଙ୍ଗ ଉଠାଇଛନ୍ତି ଲାଗୁଛି ଆଗାମୀ ଦିନରେ ଏହି ସବୁ ପ୍ରସଙ୍ଗକୁ ନେଇ ଦଳ ନିର୍ବାଚନୀ ମୈଦାନକୁ ଓହ୍ଲାଇବ।

ଅନ୍ୟପଟେ ବିରୋଧୀଙ୍କୁ ଟାର୍ଗେଟ କରି ନିଜ ଦଳ ଭିତରେ ଥିବା କର୍ମୀ ଓ ନେତାଙ୍କ ମନୋବଳ ଦୃଢ କରିବାକୁ ଚେଷ୍ଟା କରିଥିବା ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

Comment