ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାର ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୬ଟି ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। କିନ୍ତୁ ଏପର୍ଯ୍ୟନ୍ତ ବୀରମିତ୍ରପୁର ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ କାହାରି ନାମ ଘୋଷଣା କରାଯାଇନାହିଁ। ଅନ୍ୟପଟେ ଦ୍ୱିତୀୟ ପର୍ଯ୍ୟାୟରେ ବୀରମିତ୍ରପୁର ଆସନ ଲାଗି ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ।

ଏପର୍ଯ୍ୟନ୍ତ ବୀରମିତ୍ରପୁର ଲାଗି ବିଜେଡି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଦିଲ୍ଲୀପଙ୍କୁ ନେଇ ବିଜେଡି ବୀରମିତ୍ରପୁର ପାଇଁ ଅଙ୍କ କଷୁଛି।

ଅନ୍ୟପଟେ ଆଶା କରାଯାଉଛି ବିଜେଡି ବୀରମିତ୍ରପୁର, ଫୁଲବାଣୀ ବିଧାନସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ।

ବୀରମିତ୍ରପୁର ବିଧାନସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ ଭାବେ ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କ ପୁଅ ରୋହିତ ଯୋଶେଫ ତିର୍କୀ ଓ ଭାରତୀୟ ଜନତା ପାର୍ଟିରୁ ପୂର୍ବତନ ବିଧାୟକ ଶଙ୍କର ଓରାମଙ୍କ ନାମ ଘୋଷଣା ହୋଇଛି। ଏବେ ସମସ୍ତଙ୍କ ନଜର ରହିଛି ବିଜେଡି ପ୍ରାର୍ଥୀ ଉପରେ।

Comment