ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଲେ, ‘‘କଂଗ୍ରେସ ମଷ୍ଟ କମିଂ’’।

‘‘କଂଗ୍ରେସ ମଷ୍ଟ କମିଂ। ଛତିଶଗଡ଼ ଭଳି ଓଡ଼ିଶାରେ ମ୍ୟାଜିକ କରିବ କଂଗ୍ରେସ। ୯୫ଟି ବିଧାନସଭା ଆସନ ଏବଂ ୧୫ଟି ଲୋକସଭା ଆସନରେ କଂଗ୍ରେସ ଜିତିବ’’, ଓଡ଼ିଶାଲାଇଭକୁ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ।

କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ଜଟଣୀ ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ନେଇଛନ୍ତି। ଜଟଣୀରୁ ଜିତିବା ପାଇଁ ସେ କ’ଣ ରଣନୀତି କରିଛନ୍ତି ଏବଂ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ କି ନାହିଁ ସେ ସମ୍ପର୍କରେ ‘ଓଡ଼ିଶାଲାଇଭ’ ଟିମ୍ ସହ ସେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ନିରଞ୍ଜନ ମୁଖ୍ୟମନ୍ତ୍ରୀ, ରାହୁଲ ପ୍ରଧାନମନ୍ତ୍ରୀ

କଂଗ୍ରେସ ମଷ୍ଟ କମିଂ। କେନ୍ଦ୍ରରେ ମୋଦି ଏବଂ ଓଡ଼ିଶାରେ ନବୀନ ଏଥର ସରକାର ଗଠନ କରିପାରିବେ ନାହିଁ। ନିରଞ୍ଜନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ଏବଂ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ। ୯୫ ବିଧାନସଭା ଓ ୧୫ ଲୋକସଭା ଆସନରେ କଂଗ୍ରେସ ନିଶ୍ଚିତ ଜିତିବ ବୋଲି ଦୃଢ଼ତାର ସହ କହିଛନ୍ତି ସୁର ରାଉତରାୟ।

ଛତିଗଡ଼ ଭଳି ଓଡ଼ିଶାରେ ମ୍ୟାଜିକ

ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ ରାହୁଲ ଗାନ୍ଧିଙ୍କ ମ୍ୟାଜିକ କାମ କରିଛି। ଛତିଶଗଡ଼ର ପ୍ରଭାବ ଓଡ଼ିଶାରେ ପଡ଼ିବ। ଓଡ଼ିଶାରେ ପୁଣି କଂଗ୍ରେସ ସରକାର ଗଠନ କରିବ। ଏହାକୁ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି ସୁର।

ଓଡ଼ିଶାରେ ଶିଳ୍ପ ବନ୍ଦ

କଂଗ୍ରେସ ସରକାର ଅମଳରେ ହାଜାରେ ଦିନରେ ହଜରେ ଶିଳ୍ପର ନାରା ଦିଆଯାଇଥିଲା। ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅମଳରେ ବହୁତ ଶିଳ୍ପ ସଂସ୍ଥା ଖୋଲିଥିଲା। ହେଲେ ନବୀନଙ୍କ ଅମଳରେ ତାହା ବନ୍ଦ ହୋଇ ପଡ଼ିଛି। ୧୯ ବର୍ଷ ଭିତରେ ଓଡ଼ିଶାର ବିକାଶ ହୋଇପାରିନି ବୋଲି କହିଛନ୍ତି ସୁର।

ଜଟଣୀବାସୀ ଚାହୁଁଛନ୍ତି – ‘ମୁଁ ପୁଣି ବିଧାୟକ ହେବି’

‘‘ମୁଁ ପୁଣି ବିଧାନସଭାକୁ ନିର୍ବାଚିତ ହେବି। କାରଣ ଜଟଣୀବାସୀ ଚାହୁଁଛନ୍ତି’’, ଏହା କହିଛନ୍ତି ସୁର ରାଉତରାୟ।

୧୯ ବର୍ଷ ହେଲା ଜଟଣୀର ବିକାଶ ହୋଇପାରିନି। ଜଟଣୀର ଦୁଃଖ ହେଉଛି ଫ୍ଲାଏ ଓଭରବ୍ରିଜ। ୧୯ ବର୍ଷ ଭିତରେ ଏହା ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ। ଜଟଣୀର ଯାହା ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ। ନୂଆ ତହସିଲ, ସବରେଜିଷ୍ଟ୍ରି ଅଫିସଠାରୁ ଆରମ୍ଭ କରି ସ୍କୁଲ, ମେଡିକାଲ ସବୁ କଂଗ୍ରେସ କରିଛି। ଏଣୁ ଲୋକ ମନ ପରିବର୍ତ୍ତନ କରିଛନ୍ତି। ଏଥର ନିଶ୍ଚିତ କଂଗ୍ରେସ ସରକାର ଗଢ଼ିବ।

ବିଜେପି ପାଇବ ୧୨ ଆସନ

ବିଜେପିର ମିଶନ୍-୧୨୦ ସଫଳ ହେବ ନାହିଁ। ୧୨୦ରୁ ଶୂନ କାଟିଦେଲେ ଯାହା ରହିଲା ସେତିକି ଆସନ ପାଇବ ବିଜେପି ବୋଲି କହିଛନ୍ତି ସୁର। ୫ ବର୍ଷ ଭିତରେ ବିଜେପି ଯାହା କରିଥିଲା ତାହା କରିନି।

Comment