ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଏବେ ତିନି ପ୍ରମୁଖ ଦଳ ବିଜେପି,ବିଜେଡି ଓ କଂଗ୍ରେସ ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡନ୍ତ କରୁଛନ୍ତି।

ଆମେ ଯଦି ତିନୋଟି ଦଳଙ୍କ କଥା ଦେଖିବା ତେବେ ଏଯାଏଁ ବିଜେପି ୧୭ ଲୋକସଭା ଓ ୧୩୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ, କଂଗ୍ରେସ ୮ଲୋକସଭା ଓ ୯୯ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଓ ବିଜେଡି ଏଯାଏଁ ୯ ଲୋକସଭା ଓ ୬୩ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି। ଯେଉଁଥିରେ ପ୍ରାର୍ଥୀ ସଂଖ୍ୟା ଘୋଷଣାରେ ବିଜେଡି ଟିକେ ପଛରେ ଥିବା ମନେ ହେଉଛି।

ବିଜେଡିରେ ଆସନ ଅନୁସାରେ ଆଶାୟୀ ଅଧିକ ଥିବାରୁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ପାଇଁ ଅଧିକ ସମୟ ଲାଗୁଥିବା ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

ଅନ୍ୟପଟେ ମଙ୍ଗଳବାର ନବୀନ ନିବାସରେ ଅନେକ ନେତା କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ବିଶେଷକରି ଉତ୍ତର ଓ ଉପକୂଳ ଅଞ୍ଚଳର ନେତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା।

ଅନ୍ୟପଟେ ଚର୍ଚ୍ଚା ହେଉଛି ଆଜି ସଂଧ୍ୟା ସୁଦ୍ଧା ବିଜେଡି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଲାଗି ପ୍ରାର୍ଥୀ ଘୋଷଣା କରିପାରେ। ଏହାସହିତ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଦେଇନାହିଁ ବିଜେଡି। ଯାହା ଏବେ ସମସ୍ତଙ୍କ ଫୋକସରେ ଅଛି।

Comment