ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ସୋମବାର ଓଡ଼ିଶା କଂଗ୍ରେସ ତାର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଯେଉଁଥିରେ ଅନେକ ହେଭିୱେଟଙ୍କ ନାଁ ଥିବା ଦେଖିବାକୁ ମିଳିଛି।

ରାହୁଲ,ପ୍ରିୟଙ୍କା, ସଚ୍ଚିନ ପାଇଲଟଙ୍କ ସମେତ ଓଡ଼ିଶାରୁ ୧୭ଜଣଙ୍କ ନାଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି।

ତେବେ ଏହି ୧୭ଜଣଙ୍କ ମଧ୍ୟରୁ ତାଲିକାରେ ଜଣେ ବି ଓଡ଼ିଆ ମହିଳାଙ୍କ ନାଁ ନାହିଁ। ଯାହକୁ ନେଇ ରାଜ୍ୟରେ ଥିବା ମହିଳା କଂଗ୍ରେସର ନେତା ଓ କର୍ମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି କିଛି ମହିଳା କର୍ମୀ କହିଛନ୍ତି କି ଏହି ତାଲିକାକୁ ପରିବର୍ତ୍ତନ କରାଯାଉ ଏବଂ ଓଡ଼ିଆ ମହିଳା କଂଗ୍ରେସ କର୍ମୀଙ୍କ ନାଁକୁ ସାମିଲ କରାଯାଉ।

Comment