ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଗ୍ରେଗୋରୀ ମିଞ୍ଜ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଦଳୀୟ ନତାଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଛନ୍ତି।

ଗ୍ରେଗୋରୀ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।

‘‘ସୋନିଆ ଗାନ୍ଧି ଏବଂ ରାହୁଲ ଗାନ୍ଧିଙ୍କଠାରୁ ମୁଁ ଯଥେଷ୍ଟ ସମ୍ମାନ ପାଇଛି। ହେଲେ ବର୍ତ୍ତମାନର ପିସିସି କାର୍ଯ୍ୟକର୍ତ୍ତା ଏବଂ ନୂଆକରି ଦଳରେ ମିଶିଥିବା ଜର୍ଜ ତିର୍କୀ ଦଳର ନୀତି ନିୟମ ବିରୋଧରେ କାମ କରୁଛନ୍ତି’’, ଇସ୍ତଫାପତ୍ରରେ ଏହା ଉଲ୍ଲେଖ କରିଛନ୍ତି ଗ୍ରେଗୋରୀ।

୨୦୦୪ରେ ରାଜଗାଙ୍ଗପୁର ବିଧାନସଭା ଆସନରୁ ବିଜେଡିର ମଙ୍ଗଳା କିଷାନଙ୍କୁ ପରାଜିତ କରିଥିଲେ ଗ୍ରେଗୋରୀ।

Comment