ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ କହିଲେ, “୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି।”

“୧୯ ବର୍ଷ ଧରି ବିଜେଡିର କୁଶାସନ ଚାଲିଛି। ୫ ବର୍ଷ ଧରି ଏନ୍‌ଡିଏ ସରକାର ଉପରେ ଦେଶବାସୀ ଅତିଷ୍ଠ ହୋଇପଡ଼ିଲେଣି। ଲୋକେ ଏବେ ବିକଳ୍ପ ଖୋଜୁଛନ୍ତି”, ଓଡ଼ିଶାଲାଇଭ୍‌କୁ କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ।

ପ୍ରସାଦ ହରିଚନ୍ଦନ ଏଥର ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ପାଇଁ ଟିକେଟ ପାଇଛନ୍ତି। ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ କି ନାହିଁ ସେ ସମ୍ପର୍କରେ ‘ଓଡ଼ିଶାଲାଇଭ୍‌’ ଟିମ୍‌ ସହ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି।

ସାରା ଦେଶରେ ପରିବର୍ତ୍ତନର ହାୱା ବହୁଛି

ହରିଚନ୍ଦନ ଆହୁରି ମଧ୍ୟ କହିଛନ୍ତି, “ସାରା ଦେଶରେ ପରିବର୍ତ୍ତନର ହାୱା ବହୁଛି। ଛତିଶଗଡ଼, ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ସରକାର ବଦଳିଛି ଓ ଶାସନକୁ କଂଗ୍ରେସ ଫେରିଛି। ଛତିଶଗଡ଼ରେ କଂଗ୍ରେସ ସମର୍ଥନର ସୁଅ ଛୁଟିଲା। ଛତିଶଗଡ଼ର ପାଣି ଏବେ ବୋହି ଓଡ଼ିଶାକୁ ର୍ହିଁ ଆସିବ। ଓଡ଼ିଶାରେ ପଡ଼ିବ ଛତିଶଗଡ଼ ନିର୍ବାଚନର ପ୍ରଭାବ। ଆମେ ଓଡ଼ିଶାରେ କଂଗ୍ରେସର ସଫଳତା ହିଁ ଆଶା କରୁଛୁ”, କହିଛନ୍ତି ହରିଚନ୍ଦନ।

ଗାନ୍ଧି ପରିବାର ସହ ଓଡ଼ିଶାର ସମ୍ପର୍କ ଭଲ

ସେ ଆହୁରି ମଧ୍ୟ କହିଛନ୍ତି, “ବିଜେପି ନେତାମାନେ ଆଗରୁ କେବେ ଓଡ଼ିଶା ଗସ୍ତରେ ଆସନ୍ତି ନାହିଁ। ଭୋଟ୍‌ ହାତେଇବା ଆଶାରେ ବାରମ୍ବାର ଓଡ଼ିଶା ଆସୁଛନ୍ତି ସେମାନେ। କିନ୍ତୁ ଓଡ଼ିଶା ସହ ଗାନ୍ଧି ପରିବାର ସମ୍ପର୍କ ଭଲ। ଓଡ଼ିଶାକୁ ଆଦର କରୁଥିଲେ ପଣ୍ଡିତ ନେହେରୁ, ରାଜୀବ ଗାନ୍ଧି ଓ ଇନ୍ଦିରା ଗାନ୍ଧି। ରାହୁଲ ଗାନ୍ଧି ବି ଓଡ଼ିଶାକୁ ବହୁତ ଭଲ ପାଆନ୍ତି। ରାହୁଲ ଆଗରୁ ଓଡ଼ିଶା ଆସନ୍ତି ଏବଂ ଆସିବେ।”

ଲୋଭ ଓ ଲାଭ ପାଇଁ ଦଳ ଛାଡ଼ନ୍ତି ନେତା

“ନେତାମାନେ ଦଳ ବଦଳ ନିଜ ଲୋଭ ପାଇଁ କରନ୍ତି। ଲୋଭ ଓ ଲାଭ ପାଇଁ ଅନେକ ସମୟରେ ନେତାମାନେ ଦଳ ଛାଡ଼ନ୍ତି। ଲୋକଙ୍କ ପାଇଁ ନୁହେଁ, ନିଜର ଲୋଭ ଲାଗି ଦଳ ଛାଡ଼ନ୍ତି। ଯେଉଁମାନେ ଦଳ ବଦଳ କରୁଛନ୍ତି ସେମାନଙ୍କ ପ୍ରତି ଲୋକ ସମର୍ଥନ ରହିବା ଉଚିତ ନୁହେଁ”, ଏହା କହିଛନ୍ତି ପ୍ରସାଦ ହରିଚନ୍ଦନ।

ତୁ ତୁ ମେଁ ମେଁ ରାଜନୀତିରେ ମୁଁ ବିଶ୍ୱାସ କରେନାହିଁ

ତୁ ତୁ ମେଁ ମେଁ ରାଜନୀତିରେ ମୁଁ ବିଶ୍ୱାସ କରେନାହିଁ। କିଏ କ’ଣ କହିଲେ ତା’ ଉପରେ ଟିପ୍ପଣୀ ଦେବା ଉପରେ ମୁଁ ବିଶ୍ୱାସ କରେନାହିଁ। ମୁଁ ଲୋକଙ୍କ ନିକଟତର ହେଉଛି। ଆଗାମୀ ଦିନରେ ଭୋଟର କରିବେ ବିଚାର। ଫଳାଫଳ ଲୋକଙ୍କ ହାତରେ।

Comment