ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲରେ ମଙ୍ଗଳବାର ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍ରେ ପରାସ୍ତ କରିଛି ଡିଫେଣ୍ଡିଂ ଚମ୍ପିଆନ୍ସ ଚେନ୍ନାଇ ସୁପର କିଙ୍ଗ୍ସ।
ଫିରୋଜଶାହା କୋଟଲା ଷ୍ଟାଡିୟମରେ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଘରୋଇ ଦିଲ୍ଲୀ କ୍ୟାପିଟାଲସ୍ ୬ ୱିକେଟ୍ରେ ୧୪୭ରନ୍ କରିଥିଲା।
ଓପନର ଶିଖର ଧୱନ ଅର୍ଦ୍ଧଶତକ ମାରିଥିଲେ ବି ଚେନ୍ନଇର ବୋଲିଂ ଆଗରେ ଦିଲ୍ଲୀ କ୍ୟାପିଟାଲସ୍କୁ ପରାସ୍ତ ହେବାକୁ ପଡ଼ିଥିଲା।
ପରେ ଚେନ୍ନଇର ସେନ୍ ୱାଟ୍ସନଙ୍କ ବିସ୍ଫୋରକ ଇନିଂସ ସହ ବ୍ୟାଟିଂ ବଳରେ ୨ଟି ବଲ୍ ବାକିଥାଇ ୪ ୱିକେଟ୍ ହରାଇ ଚେନ୍ନଇ ବିଜୟୀ ହୋଇଥିଲା। ସେପଟେ ୨ୟ ମ୍ୟାଚ୍ରେ ଏହା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ପରାଜୟ।
ଆଜି ଆଇପିଏଲରେ ଗୋଟିଏ ମ୍ୟାଚ୍ ଖେଳାଯିବ। କିଙ୍ଗସ୍ ଇଲେଭନ୍ ପଞ୍ଜାବ ସହ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମୁକାବିଲା ହେବ।


















