ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ଦୁଇତିନି ହେବ ସାରା ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ ଦେଖିବାକୁ ମିଳିଛି। ଅନେକ ସହରର ତାପମାତ୍ର ୪୦ଡିଗ୍ରୀ ଉପରେ ବି ରେକର୍ଡ କରାଯାଇଛି।

ଗତ ଦୁଇଦିନ ମଧ୍ୟରେ ୨ରୁ୩ ଡିଗ୍ରୀ ଯାଏଁ ତାପମାତ୍ରା ସବୁଠି ବଢ଼ିଛି। ଅର୍ଥାତ ସାରା ରାଜ୍ୟରେ ତାପମାତ୍ରାରେ ପରିବର୍ତ୍ତନ ହୋଇଛି। ରାଜଧାନୀରେ ସକାଳ ୧୦ଟା ବେଳକୁ ଖରା ଗରମ ଅନୁଭୂତ ହେଉଛି। ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।

ଆଞ୍ଚଳିକ ପାଣିପାଗ ବିଭାଗ ସୂଚନାନୁସାରେ ଏଭଳି ଗରମ ଆସନ୍ତା ଦିନେ ଦୁଇଦିନ ଯାଏଁ ଲାଗି ରହିବ। ତାପମାତ୍ରାରେ ସେତେ ଅଧିକ ପରିବର୍ତ୍ତନ ନହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଆସନ୍ତା ୨ଦିନ ମଧ୍ୟରେ ପାରଦ ୨ରୁ୩ ଡିଗ୍ରୀ ସେଲସିୟସ ବୃଦ୍ଧି ହୋଇପାରେ।

ମଙ୍ଗଳବାର ମାଲକାନଗିରି ରାଜ୍ୟର ସବୁଠୁ ଅଧିକ ଉତ୍ତପ୍ତ ସହର ଥିଲା। ସେହପରି ଟିଟିଲାଗଡ଼ରେ ୩୯.୫, କଟକରେ ୩୮,ଚାନ୍ଦବାଲିରେ ୩୭.୫ଡିଗ୍ରୀ ସେଲିସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି।

LEAVE A REPLY

Please enter your comment!
Please enter your name here