ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନକୁ ଆଉ ମାତ୍ର ଦୁଇ ସପ୍ତାହ ବାକି ଥିବା ବେଳେ କଂଗ୍ରେସରେ ଯୋଗ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଳା ମାତୁଣ୍ଡକର। ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟି ଉର୍ମିଳା କଂଗ୍ରେସରେ ଯୋଗ ଦେଇଛନ୍ତି। ଏନେଇ କଂଗ୍ରେସର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ୍‌ରେ ସୂଚନା ଦିଆଯାଇଛି।

କଂଗ୍ରେସ ଦଳର ବିଚାରଧାରାରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସରେ ଯୋଗ ଦେଇଛି ବୋଲି ଉର୍ମିଳା କହିଛନ୍ତି।

କଂଗ୍ରେସରେ ଯୋଗ ଦେବା ପରେ ଉର୍ମିଳା ରାହୁଲ ଗାନ୍ଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉର୍ମିଳା କହିଛନ୍ତି, “ମତେ କଂଗ୍ରେସ ଦଳରେ ସ୍ୱାଗତ କରିଥିବାରୁ ମୁଁ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ଦଳୀୟ ନେତାଙ୍କୁ ଧନ୍ୟବାଦ ଜଣାଉଛି। ମୋ ରାଜନୀତିରେ ଯୋଗ ଦେଇଥିବାରୁ ଆଜି ଦିନଟି ମୋ ପାଇଁ ଏକ ବିଶେଷ ଦିନ ଅଟେ। ମୋ ପରିବାର ଗାନ୍ଧି ଏବଂ ନେହରୁଙ୍କ ନୀତି ଆଦର୍ଶରେ ବିଶ୍ୱାସ କରନ୍ତି।”

ଅନ୍ୟ ପକ୍ଷରେ କଂଗ୍ରେସ ଉର୍ମିଳାଙ୍କୁ ଉତ୍ତର ମୁମ୍ବାଇରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।

Comment