ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନୀ ବିଗୁଲ। ଏପ୍ରିଲ ୧୧ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିଲାଗି ରାଜନୈତିକ ଦଳ ମାନେ ଅଙ୍କକଷା ଆରମ୍ଭ କରିଦେଇଛନ୍ତି।

ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ମୂଖ୍ୟାଳୟରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶାରେ ୬ଲୋକସଭା ଓ ୪୨ବିଧାନସଭା ଆସନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ସହିତ ଆଜିଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

ଏପ୍ରିଲ ୪ ଯାଏଁ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ସେହିପରି ଏପ୍ରିଲ ୫ଯାଏଁ ପ୍ରାର୍ଥିପତ୍ର ଯାଞ୍ଚ ଓ ଏପ୍ରିଲ ୮ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏପ୍ରିଲ ୨୩ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ।

Comment