ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନବାଣରେ ଆଜି ଛନ୍ଦିଛି ବିଜେଡିା ପାର୍ଟି ଅଫିସରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସିଧା ଧର୍ମେନ୍ଦ୍ରଙ୍କୁ ଆଟାକ କରିଛନ୍ତିା ଧର୍ମେନ୍ଦ୍ର ମଧ୍ୟ ନିଜ ଷ୍ଟାଇଲରେ ବିଜେଡିକୁ ଜବାବ ଦେବା ସହ ବିଜେଡିକୁ କାଠଗଡ଼ାରେ ଛିଡ଼ା କରିଛନ୍ତିା
ବିଜେଡିର ପ୍ରଶ୍ନ
ପ୍ରଶ୍ନ ନମ୍ବର ୧ : ବ୍ୟାପମ ଦୁର୍ନୀତି ସହ ଧର୍ମେନ୍ଦ୍ରଙ୍କର କି ପ୍ରକାର ଅପରାଧିକ ସମ୍ପର୍କ ରହିଛିା ତାହା ସେ ସ୍ପଷ୍ଟ କରନ୍ତୁ?
ପ୍ରଶ୍ନ ନମ୍ବର ୨ : କୋଇଲା ଦୁର୍ନୀତି ସହ ଧର୍ମେନ୍ଦ୍ରଙ୍କର ସମ୍ପର୍କ କ’ଣ?
ପ୍ରଶ୍ନ ନମ୍ବର ୩ : ଗ୍ୟାଙ୍ଗଷ୍ଟର ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଦେଇଥିଲା କିଏ?
ସସ୍ମିତ ପାତ୍ର କହିଛନ୍ତି, ‘‘ବ୍ୟାପମ ଦୁର୍ନୀତିର ମୁଖ୍ୟ ଖଳ ନାୟକ ସୁଧିର ଶର୍ମା ଧର୍ମେନ୍ଦ୍ରଙ୍କୁ ଫ୍ଲାଇଟ ଟିକେଟ ଦେଇଥିଲୋ ସୁଧିରଙ୍କ ପାଖରୁ ଜବତ ହୋଇଥିବା ଦସ୍ତାବିଜରୁ ଜଣାପଡ଼ିଥିଲା। ହେଲେ ଧର୍ମେନ୍ଦ୍ର ଆଜି ପର୍ଯ୍ୟନ୍ତ ସ୍ପଷ୍ଟ କରିପାରିଲେ ନାହିଁ ଯେ ସୁଧିରଙ୍କ ସହ ତାଙ୍କର ସମ୍ପର୍କ ଥିଲା କି ନାହିଁ।’’
ସେ ଆହୁରି କହିଛନ୍ତି ଯେ ଗ୍ୟାଙ୍ଗଷ୍ଟର ଟିଟୋକୁ ଦୁଇଟି ପେଟ୍ରୋଲ ପମ୍ପ ଦିଆଯିବା ଘଟଣା ସାମ୍ନାକୁ ଆସିବା ପରେ ବିବାଦୀୟ ହୋଇପଡ଼ିଥିଲେ ଧର୍ମେନ୍ଦ୍ରା ସେତେବେଳେ ସେ ସିବିଆଇ ତଦନ୍ତ ବାହାନା କରିଥିଲୋ ହେଲେ ଆଜି ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇପାରିଲା ନାହିଁ ଏହା ପଛର ରହସ୍ୟ କ’ଣ?
ଧର୍ମେନ୍ଦ୍ର କ’ଣ କହିଥିଲେ?
‘‘ମୁଁ କୌଣସି ଦୁର୍ନୀତି କିମ୍ବା ଅପରାଧରେ ସାମିଲ ହେବାର ପ୍ରଶ୍ନ ଉଠୁନିା ମୁଁ ସବୁ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛିା ବିଜେଡି ଯେଉଁ ପ୍ରସଙ୍ଗ ଉଠାଇଛି ତାହା ଭିତ୍ତିହୀନ’’, କହିଛନ୍ତି ଧର୍ମେନ୍ଦ୍ରା
କଟକ ଓ କେନ୍ଦ୍ରାପଡ଼ାର ଗ୍ୟାଙ୍ଗଷ୍ଟର ଘଟଣା ହେଉ କି ଛତ୍ରପୁରର ରାଜନୀତିକ ହତ୍ୟାକାଣ୍ଡା ଏସବୁ ଘଟଣାର ତଦନ୍ତ କରିବାକୁ ଓଡ଼ିଶା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ କିଏ ମନା କରିଛି ବୋଲି ଧର୍ମେନ୍ଦ୍ର ବିଜେଡିକୁ ପାଲଟା ଆକ୍ରମଣ କରିଛନ୍ତିା
ଧର୍ମେନ୍ଦ୍ର କହିଛନ୍ତି, ‘‘କୋଇଲା ବ୍ଲକ ଆବଣ୍ଟନ ମାମଲାରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଥିବା ଗଣମାଧ୍ୟମ କହୁଛିା ସିବିଆଇ ପ୍ରକୃତରେ ଜେରା କରିଛି କି ନାହିଁ ତାହା ବିଜେଡିର ନେତାମାନେ ସ୍ପଷ୍ଟ କରନ୍ତୁା’’


















