ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

 ଏବେ ସବୁଠୁ ନିର୍ବାଚନୀ ମଳୟ ବହୁଛି। ୭ଟି ପର୍ଯ୍ୟାୟରେ ସାରାଦେଶରେ ନିର୍ବାଚନ ହେବ। ସେହିପରି ଓଡ଼ିଶାରେ ୪ ପର୍ଯ୍ୟାୟରେ ନିର୍ବାଚନ ହେବ।

ନିର୍ବାଚନ ବିଗୁଲ ବାଜିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଏଥର ଲୋକସଭାକୁ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ପଠାଇବ।

ଅନ୍ୟପଟେ ବିଜେଡି ୨୧ଲୋକସଭା ଆସନ ମଧ୍ୟରୁ ଏ ଯାଏଁ ୧୮ ଆସନ ଲାଗି ପ୍ରାର୍ଥୀ ଘୋଷଣା କରିସାରିଛି। ଯେଉଁଥିରେ ୬ମହିଳାଙ୍କୁ ଟିକେଟ ଦେଇଛି ଦଳ।

୬ଜଣ ମହିଳା ପ୍ରାର୍ଥୀଙ୍କୁ ଲୋକସଭା ଲାଗି ପ୍ରାର୍ଥୀ କରିବା ପରେ ଲାଗୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହିଥିଲେ ପାଖାପାଖି ସେ କଥା ରଖିଛନ୍ତି।

ଏହାସହିତ ନୟାଗଡ଼ରୁ ପ୍ରଚାର ଆରମ୍ଭ କରିବା ସମୟରେ ନବୀନ ପଟ୍ଟନାୟକ କହିଛନ୍ତି କି ଏଥର ନିର୍ବାଚନରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେଡି। ତେବେ ଏସବୁ ଚିତ୍ର ସ୍ପଷ୍ଟ ହେବ ମେ ୨୩ରେ।

Comment