ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କଂଗ୍ରେସ ସାଂସଦ ରଞ୍ଜୀବ ବିଶ୍ୱାଳଙ୍କୁ ମିଳିଛି ନୂଆ ଦାୟିତ୍ୱ। ରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ କରିଛନ୍ତି। ଏହା ପୂର୍ବରୁ ରଞ୍ଜୀବ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଥିଲେ। ଗୁରୁବାର ତାଙ୍କୁ କଂଗ୍ରେସର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ମିଳିଛି।

୨୦୧୪ ମସିହାରେ ରଞ୍ଜୀବ ବିଶ୍ୱାଳ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏଥି ସହିତ ରଞ୍ଜୀବ ବିଶ୍ୱାଳ ହେଉଛନ୍ତି ଜଣେ କ୍ରିକେଟର। ସେ ଓଡ଼ିଶା ପାଇଁ ଘରୋଇ କ୍ରିକେଟ୍ ଖେଳିବା ସହିତ ୧୯ ବର୍ଷରୁ କମ୍‌ କ୍ରିକେଟ୍ ଦଳର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ।

୧୯୯୭ରେ ଘରୋଇ କ୍ରିକେଟରୁ ଅବସର ନେଇଥିଲେ। ଏହା ପରେ ୨୦୧୧ ବିଶ୍ଵ କପ ବିଜୟୀ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫିରେ ଭାରତୀୟ ଦଳର ମ୍ୟାନେଜର ଥିଲେ। ସେହିପରି ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚେୟାରମ୍ୟାନ ଭାବେ କାର୍ଯ୍ୟ କରୁଥିଲେ।

Comment