ଓଡ଼ିଶାଲାଇଭ୍‌ ବ୍ୟୁରୋ

congress

ଆଜି ଆସିପାରେ କଂଗ୍ରେସର ଅବଶିଷ୍ଟ ପ୍ରାର୍ଥୀ ତାଲିକା। ଗୁରୁବାର ଦିଲ୍ଲୀରେ କଂଗ୍ରେସର ଦଳୀୟ ନିର୍ବାଚନ କମିଟି ବୈଠକ ବା ସିଇସି ବୈଠକ ବସିଥିଲା। ଏଥିରେ ଓଡ଼ିଶାର ବାକି ଆସନ ଲାଗି ଅଙ୍କକଷା ଚାଲିଥିଲା। ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।

ଓଡ଼ିଶାର ୮ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ହୋଇଥିଲା।

ବିଜେପି ଓ ବଜେଡି ପ୍ରାର୍ଥୀ ତାଲିକାରେ ଏଥର ଉଭୟ ଲୋକସଭା ଓ ବିଧାନସଭା ଲାଗି ମହିଳାଙ୍କୁ ଟିକେଟ ଦେଇଛନ୍ତି। ସେହିକ୍ରମରେ କୁହାଯାଉଛି ଏଥର କଂଗ୍ରେସର ପ୍ରାର୍ଥୀ ତାଲିକାରେ ମହିଳାଙ୍କୁ ଗୁରୁତ୍ଵ ଦିଆଯାଇପାରେ।

ଅନ୍ୟପଟେ ଯେପରି ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଦଳ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି ତାହାକୁ ହାଇକମାଣ୍ଡ କେମିତି ବାଲାନ୍ସ କରୁଛନ୍ତି ତାହା ଉପରେ ଏବେ ନଜର ରହିଛି।

ଏପ୍ରିଲ ୧୧ରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବାକୁ ଥିବା ବେଳେ ନିର୍ବାଚନୀ ବୈତରଣୀ ପାର ହେବା ଲାଗି ଅଙ୍କ କଷୁଛନ୍ତି ନେତା ଓ କର୍ମୀ।

Comment