ଓଡ଼ିଶାଲାଇଭ୍‌ ବ୍ୟୁରୋ

ସବୁଠି ଧିରେ ଧିରେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ସାଧାରଣତଃ ଖରାଦିନେ ଅନେକ ରୋଗ ହୋଇଥାଏ ଲୋକଙ୍କୁ। ଖରାଦିନରେ ଛୋଟ ପିଲାମାନଙ୍କୁ ଅନେକ ରୋଗ ହେବାର ଆଶଙ୍କା  ଥାଏ। ଆସନ୍ତୁ ଜାଣିବା ଖରାଦିନେ ଆପଣ ଆପଣଙ୍କ ପିଲାକୁ କେମିତି ସୁସ୍ଥ ରଖିପାରିବେ।

ଯଥେଷ୍ଟ ପାଣି ପିଆନ୍ତୁ

ଖରା ଅଧିକ ହେଲେ ଶରୀରରେ ଜଳୀୟଅଂଶ କମିଯାଇଥାଏ। ଏଥିପାଇଁ ତାପମାତ୍ରା ବଢ଼ିଲେ ଶିଶୁଙ୍କୁ ଯଥେଷ୍ଟ ପାଣି ପିଆନ୍ତୁ ତାହା ସହ ପାଣି ପିଇବା ଅଭ୍ୟାସରେ ପକାନ୍ତୁ। ପିଲାଙ୍କୁ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନ , ଖାଇବା ପୂର୍ବରୁ, ଖାଇବା ପରେ ପାଣି ପିଆନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ହିତକର ହୋଇଥାଏ। ଏହା ସହ ପାଣି ପିଇଲେ ଶରୀରରୁ ବିଷାକ୍ତ ପଦାର୍ଥ ମଳ,ମୂତ୍ର ଭାବେ ବାହାରିଥାଏ। ଦିନ ତୁଳନାରେ ରାତିରେ ପିଲାଙ୍କୁ କମ୍‌ ଦିଅନ୍ତୁ ପିଇବାକୁ।

ବାହାରର ଜୁସ୍‌ ବଦଳରେ ଘରେ ପ୍ରସ୍ତୁତ କରି ପିଲାଙ୍କୁ ଦିଅନ୍ତୁ

ସାଧାରଣତଃ ବାପା ମା ପିଲାଙ୍କୁ ଖରାଦିନେ ବଜାରରେ ମିଳୁଥିବା ବିଭିନ୍ନ ଫଳରସ କିମ୍ବା ପ୍ୟାକେଟ୍‌ ଫଳରସ ଦେଇଥାନ୍ତି। ଏହା ଛୋଟ ପିଲାଙ୍କ ପାଇଁ ଆଦୌ ଭଲ ନୁହଁ। ଆପଣ ଚାହିଁଲେ ଘରେ ଫଳରସ ବନାଇ ପିଲାଙ୍କୁ ପିଆଇ ପାରିବେ। ଏହାସହ ପଇଡ଼ ପାଣି, ଦହି,ଲେମ୍ବୁ ସରବତ୍‌ ପିଲାର ଶରୀର ପାଇଁ ଉପକାରୀ ହୋଇଥାଏ।

ହାଲକା ବସ୍ତ୍ର ପିନ୍ଧାନ୍ତୁ

ଖରାଦିନେ ଅଧିକ ଗରମ ହେତୁ ଝାଲ ବୋହିଥାଏ। ତେଣୁ ପିଲାଙ୍କୁ ଖରାଦିନେ ହାଲକା ଓ ସୂତା ବସ୍ତ୍ର ପିନ୍ଧାଇବା ଜରୁରୀ। ଏଭଳି ବସ୍ତ୍ର ପିନ୍ଧିଲେ ଗରମ କମ୍‌ ଲାଗିବା ସହ ଶରୀର ମଧ୍ୟ ଥଣ୍ଡା ରହିଥାଏ।

ପିଲାକୁ ଜଙ୍କ ଫୁଡ୍‌ ଦିଅନ୍ତୁ ନାହିଁ

ଅତ୍ୟଧିକ ଗରମ ହେତୁ ପ୍ରାୟ ଅନେକ ଲୋକଙ୍କର ପେଟ ଜନିତ ସମସ୍ୟା ଦେଖାଦେଇଥାଏ। ବିଶେଷକରି ଛୋଟ ପିଲାଙ୍କ କ୍ଷେତ୍ରରେ ଏ ସମସ୍ୟା ଅଧିକ ଦେଖାଦେଇଥାଏ। ତେଣୁ ଗରମ ଦିନେ ପିଲାକୁ ଜଙ୍କ ଫୁଡ ନଦେବା ଭଲ। ନିୟମିତ ଏହା ଖାଇଲେ ପେଟ ସମସ୍ୟା ସହ ଅଜୀର୍ଣ୍ଣ ହେବାର ଆଶଙ୍କା ଥାଏ। ବାହାର ଖାଦ୍ୟ ଅପେକ୍ଷା ଘର ତିଆରି ଖାଦ୍ୟ ଖରାଦିନେ ପିଲା ପାଇଁ ଅଧିକ ଉପାଦେୟ ହୋଇଥାଏ।

Comment