ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାରିଖ ଯେତେକି ପାଖଉଛି ରାଜ୍ୟ ରାଜନୀତିରେ ସେତିକି ଅଧିକ ଉଷ୍ଣତା ଦେଖିବାକୁ ମିଳୁଛି। ଏହାରି ଭିତରେ ସମସ୍ତ ଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବାରେ ଲାଗିଛନ୍ତି।

ସେହିକ୍ରମରେ କଂଗ୍ରେସ ଆଜି ଆଉ ୭ ଲୋକସଭା ଆସନ ସହ ୨୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି।

ସତ୍ୟ ପ୍ରକାଶ ନାୟକଙ୍କୁ ପୁରୀରୁ କଂଗ୍ରେସ ପ୍ରାର୍ଥୀ କରିଛି। ସତ୍ୟ ପ୍ରକାଶ ଏବେ ରାଜ୍ୟ କଂଗ୍ରେସର ମୁଖପାତ୍ର ଅଛନ୍ତି।

ତେବେ କଂଗ୍ରେସ ପୁରୀରୁ ପ୍ରାର୍ଥୀ ଘୋଷଣା କରିବା ପରେ ଏବେ ଚିତ୍ର ସ୍ପଷ୍ଟ କି ଏଥର ପୁରୀ ଲୋକସଭା ଲାଗି ଟକ୍କର ଜୋରଦାର ହେବ।

କାରଣ ପୁରୀରୁ ବିଜେଡି ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଆଉ ଆଜି କଂଗ୍ରେସ ସତ୍ୟ ପ୍ରକାଶ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି।

ଏଥର ନିର୍ବାଚନରେ ପୁରୀ ଲୋକସଭା ଲାଗି ୨ଜଣ ମୁଖପାତ୍ର ଓ ବିଜେଡିରୁ ପୂର୍ବରୁ ସାଂସଦ ଥିବା ପିନାକୀ ମିଶ୍ରଙ୍କ ମଧ୍ୟରେ ଲଢେଇ ହେବ।

ପୁରୀରେ ପ୍ରଥମ ଥର ଲାଗି ନିର୍ବାଚନୀ ମୈଦନାକୁ ଓହ୍ଲାଇବେ ସମ୍ବିତ ପାତ୍ର ଓ ସତ୍ୟପ୍ରକାଶ ନାୟକ। ତେବେ କାହା ସପକ୍ଷରେ ଯିବ ଜନମତ ସେ ନେଇ ମଧ୍ୟ ରାଜନୈତିକ କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comment