ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବାଜିଛି ନିର୍ବାଚନୀ ବିଗୁଲ। ସବୁଦଳ ସେମାନଙ୍କର ପ୍ରାର୍ଥୀ ତାଲିକା ଦେଉଛନ୍ତି। ସେହିକ୍ରମରେ ୩ ଲୋକସଭା ଏ ୪୮ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ବିଜେଡି। କୁହାଯାଉଛି ଆଜି ସଂଧ୍ୟା ସୁଦ୍ଧା ଆସିପାରେ ବିଜେଡିର ପ୍ରାର୍ଥୀ ତାଲିକା।

ଅନ୍ୟପଟେ ଟିକେଟ ଆଶାରେ ଆଶାୟୀ, ନେତା,କର୍ମୀ ଓ ସମର୍ଥକଙ୍କ ଭିଡ଼ ନବୀନ ନିବାସରେ ଲାଗି ରହିଛି। ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ବାକିଥିବା ଆସନରେ କାହାକୁ ଟିକେଟ ମିଳିବ ସେ ନେଇ କସରତ ଚାଲିଛି।

୪୮ ବିଧାନସଭା ସହ ୩ ଲୋକସଭା କଟକ,ଢେଙ୍କାନାଳ ଓ କେନ୍ଦୁଝର ଆସନ ଲାଗି ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ ଯାହା ଏବେ ସମସ୍ତଙ୍କ ଫୋକସରେ ଅଛି। ତେବେ କାହା ଟିକେଟ କଟିବ କାହକୁ ଦଳ ଭରସା କରିବ ସେ ନେଇ ବିଚାର ବିମର୍ଶ ଚାଲିଛି ନବୀନ ନିବାସରେ। ଅନ୍ୟପଟେ ଆଶାୟୀ ଆଶା ଆଶଙ୍କାରେ ଅଛନ୍ତି।

Comment