ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହୋଇଯାଇଛି ବ୍ରହ୍ମପୁର ପ୍ରସିଦ୍ଧ ଠାକୁରାଣୀ ଯାତ୍ରା।

ବ୍ରହ୍ମପୁରରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା। ମା’ ବୁଢ଼ୀଠାକୁରାଣୀ ଶୁକ୍ରବାର ରାତିରେ ନିଜ ମନ୍ଦିର ଛାଡ଼ି ଦେଶୀବେହେରା ସାହିରେ ଥିବା ବାପାଙ୍କ ଘରେ ଆସି ପହଞ୍ଚିଛନ୍ତି। ଦେଶୀବେହେରା ସାହିରେ ଥିବା ଅସ୍ଥାୟୀ ମଣ୍ଡପରେ ମା’ ବିରାଜମାନ ହୋଇଛନ୍ତି। ୩୧ ଦିନ ଧରି ମା’ ଏଠାରେ ଅବସ୍ଥାନ କରିବେ। ଏହି ଅସ୍ଥାୟୀ ପୀଠରେ ପୂଜା ପାଇବେ। ଏନେଇ ବ୍ରହ୍ମପୁର ଚଳଚଞ୍ଚଳ ହୋଇପଡ଼ିଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମା’ ମନ୍ଦିରରୁ ବାହାରି ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ।

ଶୁକ୍ରବାର ରାତି ୧୦ଟା ୩୦ ମିନିଟ୍‌ରେ ବିରାଟ ଶୋଭାଯାତ୍ରାରେ ବାହାରି ମନ୍ଦିରକୁ ଯାଇଥିଲେ। ଘଣ୍ଟଘଣ୍ଟା, ଶଙ୍ଖ, ନାଚ ସହିତ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ନେଇ ଶୋଭାଯାତ୍ରା ସାହି ସାହି ଦେଇ ଠାକୁରାଣୀ ମନ୍ଦିରରେ ପହଞ୍ଚିଥିଲେ।

ମା’ଙ୍କୁ ଦର୍ଶନ କରିବା ପାଇଁ ଠାକୁରାଣୀ ମନ୍ଦିରଠାରୁ ଅସ୍ଥାୟୀ ମଣ୍ଡପ ପର୍ଯ୍ୟନ୍ତ ଭକ୍ତମାନଙ୍କ ଭିଡ଼ ଲାଗିଥିଲା। ଶୋଭାଯାତ୍ରା ପରିକ୍ରମା ସମୟରେ ହୁଳହୁଳି ଶବ୍ଦରେ ସାରା ଅଞ୍ଚଳ ପ୍ରକମ୍ପିତ ହେଉଥିଲା।

ପ୍ରବଳ ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ୍‌ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସେପଟେ ଦୁଇବର୍ଷରେ ଥରେ ମାଆଙ୍କ ଏଇ ଯାତ୍ରାକୁ ନେଇ ସତେ ଯେପରି ଅପେକ୍ଷା କରି ରହିଛନ୍ତି ସହରବାସୀ।

Comment