ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଭଦ୍ରକର ୮ ଥରର ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡି ସହ ସବୁ ସମ୍ପର୍କ ତୁଟାଇଛନ୍ତିା ଶଙ୍ଖ ଶିବିର ଛାଡ଼ି ସେ ପଦ୍ମ ଧରିଛନ୍ତିା ପୁଅ ଅଭିମନ୍ୟୁଙ୍କୁ ଧରି ଅର୍ଜୁନ ପଦ୍ମ ପୋଖରୀକୁ ଡେଇଁଛନ୍ତିା ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କୁ ବିଜେପି ଏଥର ଭଦ୍ରକ ଲୋକସଭା ଆସନରୁ ଟିକେଟ ଦେବା ପାଇଁ ସ୍ଥିର କରିଛିା
ତେବେ ଅଭିମନ୍ୟୁଙ୍କ ପାଇଁ ବିଜେଡି ଚକ୍ରବ୍ୟୂହ ରଚିପାରିବ କି ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛିା
ଅର୍ଜୁନ ସେଠୀ ବିଜେଡିର ଜଣେ ସାଧାରଣ ନେତା ନଥିଲୋ ସେ କଂଗ୍ରେସ ଟିକେଟରେ ତିନି ଥର ଏବଂ ବିଜେଡି ଟିକେଟରେ ୫ ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲୋ ହେଲେ ଅର୍ଜୁନ ଆଜି ସବୁ ସମ୍ପର୍କ କାଟିଦେଇ ବିଜେପିରେ ଯୋଗ ଦେଇଛନ୍ତିା
କାହିଁକି ଦଳ ବଦଳାଇଲେ ଅର୍ଜୁନ?
ଅର୍ଜୁନ ଚରଣ ସେଠୀଙ୍କୁ ଏବେ ୮୪ ବର୍ଷା ପରିଣତ ବୟସସରେ ସେ ଆଉ ନିର୍ବାଚନ ଲଢ଼ିବାକୁ ଚାହୁଁ ନଥିଲୋ ଅନ୍ୟ ରାଜନନେତାମାନେ ପୁଅକୁ ଥଇଥାନ କରିବା ପରେ ଅର୍ଜୁନ ମଧ୍ୟ ତାଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଭଦ୍ରକ ଲୋକସଭା ଆସନ ପାଇଁ ଟିକେଟ ମାଗିଥିଲୋ ହେଲେ ବିଜେଡି ଅଭିମନ୍ୟୁଙ୍କୁ ଟିକେଟ ଦେଲାନିା
ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତା ମଣ୍ଡଳଙ୍କୁ ଟିକେଟ ଦେଇଛି ବିଜେଡିା ଏହି କାରଣ ହିଁ ଅର୍ଜୁନଙ୍କୁ ବିଜେଡି ଛାଡ଼ିବାକୁ ବାଧ୍ୟ କରିଛିା ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇ ସନ୍ଧ୍ୟାରେ ଅର୍ଜୁନ ବିଜେପିରେ ସାମିଲ ହୋଇ ଗେରୁଆ ଟୋପି ପିନ୍ଧିଛନ୍ତିା
ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କୁ ବିଜେପି ଟିକେଟ ଦେବା ଆଜି ପର୍ଯ୍ୟନ୍ତ ଭଦ୍ରକ ଲୋକସଭା ଆସନରେ ଖାତା ଖୋଲିବାକୁ ସମର୍ଥ ହୋଇ ନଥିବା ବିଜେପି ଅଭିମନ୍ୟୁଙ୍କୁ ଟିକେଟ ଦେଇ ଖାତା ଖୋଲିପାରିବ କି ବୋଲି ଚର୍ଚ୍ଚାର ବିଷୟ ପାଲଟିଛିା ୮ ଥରର ସାଂସଦ ଅର୍ଜୁନ ପୁଅ ଅଭିମନ୍ୟୁଙ୍କ ପାଇଁ ଭଦ୍ରକରେ ଭୋଟବ୍ୟାଙ୍କ ସୁଦୃଢ଼ କରିପାରିବେ କି?
କ’ଣ କହୁଛି ଭଦ୍ରକ ଲୋକସଭା ଗଣିତ?
ଭଦ୍ରକ ଲୋକସଭା ଆସନ ଅଧିନରେ ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ ବାସୁଦେବପୁର, ଧାମନଗର, ଚାନ୍ଦବାଲି ନିର୍ବାଚନମଣ୍ଡଳୀ ରହିଛିା ଏହି ନିର୍ବାଚନମଣ୍ଡଳୀ ହେଉଛି ବିଜେଡିର ଗଡ଼ା ୨୦୧୪ ନିର୍ବାଚନରେ ଏହି ୭ଟି ଯାକ ବିଧାନସଭା ଆସନକୁ ଦଖଲ କରିଥିଲା ବିଜେଡିା
ଏଥର ୩ଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ବଦଳାଇଛି ବିଜେଡିା ଭଦ୍ରକରେ ନୂଆ ମୁହଁ ସଞ୍ଜିବ ମଲ୍ଲିକ ପ୍ରାର୍ଥୀ ହୋଇଥିବା ବେଳେ ବାସୁଦେବପୁରରେ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ପ୍ରାର୍ଥୀ ହୋଇଛନ୍ତିା ସେହିପରି ଧାମନଗର ପାଇଁ ପ୍ରାର୍ଥୀ ଘୋଷଣା କରିନି ବିଜେଡିା
ଅନ୍ୟ ଚାରିଟି ଆସନରେ ପୁରୁଣା ମୁହଁ ବିଜେଡି ଟିକେଟ ନେଇଛନ୍ତିା ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଚାନ୍ଦବାଲିରେ ବିଜେଡିର ପଲ୍ଲା ଭାରି ରହିଥିଲେ ମଧ୍ୟ ଏଥର ବିଜେପି ବଡ଼ ଫାଇଟ କରିବ ବୋଲି ଚର୍ଚ୍ଚା ହେଉଛିା ଯଦି ବିଜେପିର ଭୋଟ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ବୃଦ୍ଧି ପାଏ ତାହାଲେ ଲୋକସଭା ଖାତାକୁ ଭୋଟ ଯାଇପାରେ ବୋଲି ଚର୍ଚ୍ଚା ହେଉଛିା
ସବୁଠୁ ବଡ଼ କଥା ହେଉଛି ୭ଟି ବିଧାନସଭା ଆସନରେ ବିଜେଡିର ଦବଦବା ରହିଛିା ୭ ବିଧାୟକଙ୍କୁ ନେଇ ଅର୍ଜୁନ ନିର୍ବାଚନ ବୈତରଣୀ ପାର୍ ହୋଇ ଆସୁଥିଲୋ ଏବେ ଅର୍ଜୁନ ଦଳ ବଦଳାଇଥିବାରୁ ସେସବୁ ବିଧାୟକମାନେ ତାଙ୍କ ପୁଅକୁ ସମର୍ଥନ କରିବେ ନାହିଁ। ବିଜେପିର ଭଲ ସଙ୍ଗଠନ ନାହିଁ। ଏଣୁ ଅର୍ଜୁନ ଏବଂ ତାଙ୍କ ପୁଅ ବିରୋଧରେ ବିଜେଡି ଭଦ୍ରକରେ ଚକ୍ରବ୍ୟୁହ ରଚିପାରେ ବୋଲି କୁହାଯାଉଛିା


















