ଓଡ଼ିଶାଲାଇଭ୍‌ ବ୍ୟୁରୋ

କଫି କାଫେ ଯିବାକୁ ଅନେକ ଲୋକ ପସନ୍ଦ କରି ଥାଆନ୍ତି। କାରଣ ଏଠାରେ କଫି ପିଇବାର ପରିବେଶ ଥାଏ ଟିକେ ନିଆରା। ହେଲେ କାମ୍ବୋଡିଆରେ ଥିବା କଫି କାଫେରେ ମିଳେ ସବୁଠାରୁ ନିଆରା ଅନୁଭବ। ଏଠାରେ ପ୍ରେମିକ ପ୍ରେମିକା ଏକାଠି କଫି ପିଇବା କମ୍ ଦେଖାଯାଇଥାଏ। ହେଲେ ବିଷଧର ଜନ୍ତୁଙ୍କ ସହ ଏଠାରେ ଲୋକେ କଫି ପିଇବାକୁ ପସନ୍ଦ କରିଥାଆନ୍ତି।

ଏହି କଫି କାଫେରେ ରହିଛନ୍ତି ସାପ, ବିଛା, ଝିଟିପିଟି ଭଳି ଜୀବ। ଏହି କାଫେର ନାଁ ‘ରିପଟିଲ ଥିମ୍‌ଡ କାଫେ’। ଏହି କାଫେର ମାଲିକାଣୀ କୁହନ୍ତି, ଯେଉଁମାନେ ଏସବୁ ଜୀବଙ୍କୁ ଭୟ କରନ୍ତି ସେମାନଙ୍କ ମନରୁ ଭୟ ଦୂରେଇବ ପାଇଁ ସେ ଏମିତି କାଫେ କରିଛନ୍ତି। ଅବଶ୍ୟ ପୂର୍ବରୁ ଚିଆ ରାଟି ଏକ କ୍ୟାଟ୍ କଫି କାଫେ କରି ଆସିଛନ୍ତି ଚର୍ଚ୍ଚାକୁ। ଯାହା କାମ୍ବୋଡିଆରେ ବେଶ୍ ଲୋକପ୍ରିୟ କାଫେ। କାରଣ ଏଠାରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ବିଲେଇଙ୍କ ସହ କଫି ପିଇବର ମଜା ଉଠାନ୍ତି।

Comment