ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏବିପି-ସି ଭୋଟର୍ସ ପକ୍ଷରୁ ଓଡ଼ିଶାର ଲୋକସଭା ଆସନକୁ ନେଇ ପ୍ରାକ ନିର୍ବାଚନୀ ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡ଼ିଛି ଯେ ବିଜେପି ଖାତାକୁ ୧୩, ବିଜେଡିକୁ ୭ ଏବଂ କଂଗ୍ରେସ ଖାତାକୁ ଗୋଟିଏ ଆସନ ଯିବ।

୨୦୧୯ ନିର୍ବାଚନ ପାଇଁ ଓଡ଼ିଶାରେ ମଇଦାନ ପ୍ରସ୍ତୁତା ଏପ୍ରିଲ ୧୧ରୁ ଚାରିଟି ପର୍ଯ୍ୟାୟରେ ଚାଲିବ ମତଦାନା ଏହା ପୂର୍ବରୁ ଏବିପି ସି-ଭୋଟର ପକ୍ଷରୁ କରାଯାଇଥିଲା ପ୍ରାକ୍ ମିଡିଆ ସର୍ଭୋ ଏହି ସର୍ଭେ ରିପୋଟକୁ ନେଇ କିଏ ଖୁସ୍ ଅଛି ତ ପୁଣି କାହାର ଟେନସନ ବଢ଼ି ଯାଇଛିା

ନିର୍ବାଚନ ସମୟ ଆସିଥିବାରୁ ବିଭିନ୍ନ ଟିଭି ଚ୍ୟାନେଲ ଏବଂ ସଂସ୍ଥା ପକ୍ଷରୁ ପ୍ରାକ୍ ନିର୍ବାଚନୀ ସର୍ଭେ କରାଯାଉଛିା ଏହି କ୍ରମରେ ଏବିପି – ସି ଭୋଟର୍ସ ପକ୍ଷରୁ ଓଡ଼ିଶାର ୨୧ଟି ଲୋକସଭା କ୍ଷେତ୍ରକୁ ନେଇ ସର୍ଭେ କରାଯାଇଥିଲା। ତେବେ ଏଭଳି ଅନୁମାନ କେତେ ସତ କେତେ ମିଛ ତାହା ଭୋଟ ଗଣତି ପରେ ଜଣାପଡ଼ିବ।

ରିପୋର୍ଟ କହିଛି ଯେ ଏଥର ବିଜେପି ଓଡ଼ିଶାର ୧୩ଟି ଲୋକସଭା ଆସନ ଦଖଲ କରିବା ୭ଟି ଆସନ ବିଜେଡି ଖାତାକୁ ଯାଉଥିବା ବେଳେ ଗୋଟିଏ ଆସନ ପାଇବ କଂଗ୍ରେସା

ଏହି ରିପୋର୍ଟ ଆହୁରି ସ୍ପଷ୍ଟ କରିଛି ଯେ କେଉଁ  ୧୩ଟି ଆସନରେ ବିଜେପି, କେଉଁ ୭ଟି ଆସନ ବିଜେଡି ଏବଂ କେଉଁ ଗୋଟିଏ ଆସନ କଂଗ୍ରେସ ଖାତାକୁ ଯିବା

ବିଜେପି କେଉଁ ୧୩ ଆସନ ପାଇବ?

ପୁରୀ ଲୋକସଭା ଆସନରେ ଏଥର ବିଜେପି ଖାତା ଖୋଲିବ ବୋଲି ସର୍ଭେ କହିଛିା ଏହି ଆସନଟି ୨୦୦୯ରୁ ବିଜେଡି କବଜାରେ ରହିଛିା ଏଥର ବିଜେପି ପୁରୀରୁ ସମ୍ବିତ ପାତ୍ରଙ୍କୁ ପ୍ରାର୍ଥୀ କରିଛିା ବିଜେଡିରୁ ପିନାକୀ ମିଶ୍ର ଟିକେଟ ପାଇଥିବା ବେଳେ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ସତ୍ୟପ୍ରକାଶ ନାୟକା

ସେହିପରି କେନ୍ଦ୍ରାପଡ଼ା ଲୋକସଭା ଆସନ ମଧ୍ୟ ବିଜେପି ଖାତାକୁ ଯାଉଥିବା ସର୍ଭେରୁ ଜଣାପଡ଼ିଛିା ଏହି ଆସନଟି ବିଜେଡି ଖାତାରେ ରହିଥିଲା। ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ାରୁ ବୈଜୟନ୍ତୀ ବାନା ଉଡ଼ାଇବେ ବୋଲି କହିଛି ସର୍ଭୋ

ବୈଜୟନ୍ତଙ୍କ ବିପକ୍ଷରେ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ଅନୁଭବ ମହାନ୍ତି ଏବଂ କଂଗ୍ରେସରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକା

୧୯୯୮ରୁ କଟକ ଲୋକସଭା ଆସନ ଥିଲା ବିଜେଡି ହାତରୋ ହେଲେ ୨୦୧୯ରେ ଏହା ବିଜେପି ହାତକୁ ଯିବ ବୋଲି କହିଛି ସର୍ଭୋ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ଏଠାରୁ ବିଜେପି ପ୍ରାର୍ଥୀ ହୋଇଛନ୍ତିା କଂଗ୍ରେସ, ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାନ୍ତିା

ଭୁବନେଶ୍ୱର ଲୋକସଭା ଆସନରେ ବି ବିଜେପି କରିବ ବାଜିମାତା ୧୯୯୮ରୁ ଏହି ଆସନ ବିଜେଡି ଖାତାରେ ରହିଥିଲା। ଏଥର ବିଜେପି ଅପରାଜିତା ଷଡ଼ଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକା

ସୁନ୍ଦରଗଡ଼ ହେଉଛି ବିଜେପିର ଗଡ଼ା ଏଠାରେ ପୁଣି ବିଜେପି ବିଜୟ ବାନା ଉଡ଼ାଇବା ଜୁଏଲ ଓରାମ ଏଠାରୁ ପୁଣି ପ୍ରାର୍ଥୀ ହୋଇଛନ୍ତିା ବିଜେଡିରୁ ସୁନିତା ବିଶ୍ୱାଳ ଏବଂ କଂଗ୍ରେସରୁ ଜର୍ଜ ତିର୍କୀ ପ୍ରାର୍ଥୀ ହୋଇଛନ୍ତିା

କେନ୍ଦୁଝରରେ ବିଜେଡି ଜିତିଥିଲା ୨୦୧୪ରୋ ୨୦୧୯ରେ ଏହି ଆସନ ବିଜେପି ଖାତାକୁ ଯିବ ବୋଲି କହିଛି ସର୍ଭୋ ସେହିପରି ମୟୂରଭଞ୍ଜ ଲୋକସଭା ଆସନରେ ଏଥର ବିଜେପି ବାଜିମାତ କରିବା

ଭଦ୍ରକ, ଢେଙ୍କାନାଳ, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ, ଆସ୍କାରେ ବି ବିଜେପି ପ୍ରାର୍ଥୀ ଜିତିବା ନେଇ ଆକଳନ କରିଛି ସର୍ଭୋ

ବିଜେଡି ଖାତାରେ ୭  

୨୦୧୪ରେ ବିଜୁ ଜନତା ଦଳ ୨୧ ଲୋକସଭା ଆସନରୁ ୨୦ଟିରେ ବିଜୟୀ ହୋଇଥିଲା। ହେଲେ ପ୍ରାକ ନିର୍ବାଚନୀ ମିଡିଆ ସର୍ଭେ କହିଛି ଏଥର ୧୩ଟି ଆସନ ବିଜେଡି ହରାଇବା ମାତ୍ର ୭ଟି ଆସନରେ ଜିତିବ ବିଜେଡିା

ଏହି ଆସନ ହେଉଛି ବରଗଡ଼, ସମ୍ବଲପୁର, ବାଲେଶ୍ୱର, ଯାଜପୁର, କନ୍ଧମାଳ, ଜଗତସିଂହପୁର, ବ୍ରହ୍ମପୁରା

କେବଳ ନବରଙ୍ଗପୁରରେ କଂଗ୍ରେସ

୨୦୧୪ରେ ଗୋଟିଏ ବି ଲୋକସଭା ଆସନରେ ଖାତା ଖୋଲିପାରି ନଥିଲା କଂଗ୍ରେସା ହେଲେ ୨୦୧୯ରେ କଂଗ୍ରେସ ଗୋଟିଏ ଆସନ ପାଇବ ବୋଲି ସର୍ଭେ କହିଛିା ନବରଙ୍ଗପୁର ଆସନଟି କଂଗ୍ରେସ ଖାତାକୁ ଯିବା ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ଯୁବ ନେତା ପ୍ରଦୀପ ମାଝିା ବିଜେପିରୁ ବଳଭଦ୍ର ମାଝି ଏବଂ ବିଜେଡିରୁ ରମେଶ ମାଝି ପ୍ରାର୍ଥୀ ହୋଇଛନ୍ତିା

ଭୋଟରଙ୍କ ମନ ଜାଣିବା ଏତେ ସହଜ କଥା ନୁହେଁ। ଭୋଟର କାହାକୁ ଭୋଟ ଦେବେ ଏବଂ କାହାକୁ ନାହିଁ ତାହା କେବଳ ସେମାନେ ହିଁ ଜାଣିଛନ୍ତି। ଏଣୁ ନିର୍ବାଚନ ସମୟରେ ଜିତିବା ହାରିବାକୁ ନେଇ ବିଭିନ୍ନ ରାଜନୀତିକ ଦଳ ପକ୍ଷରୁ ଅଙ୍କ କଷା ଚାଲିଥାଏ। ଏହି ସର୍ଭେ ରିପୋଟକୁ ନେଇ ବିଜେପି ଶିବିର କିଛିଟା ଉତ୍ସାହିତ ହୋଇଯାଇଥିବା ବେଳେ ବିଜେଡି ଶିବିରରେ ଏହା ଧୂଆଁବାଣ ବୋଲି ଆଲୋଚନା ଚାଲିଛି।

Comment