ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦର ଦେଖାଯିବା ପାଇଁ ପ୍ରତ୍ୟେକ ଲୋକ କିଛି ନା କିଛି ଉପାୟ ଆପଣେଇଥାନ୍ତି। ପ୍ରତି ମଣିଷ ଚାହିଁଥାଏ କି ବୟସ ଗଡ଼ିବା ସହ ସେମାନଙ୍କ ତ୍ୱଚା ବି ସେମିତି ଅକର୍ଷଣୀୟ ରହୁ। କୌଣିସି ବ୍ୟୁଟି ପ୍ରଡକ୍ଟସ୍ ବ୍ୟବହାରି କରି ହେଉ ବା କିଛି ଲେଜର ଟ୍ରିଟ୍‌ମେଣ୍ଟ ଜରିଆରେ ହେଉ। ବୟସର ଛାପ ନ ପଡ଼ିବା ପାଇଁ ଅନେକ କିଛି ଉପାୟ ଆପଣେଇଥାଏ। କିନ୍ତୁ କିଛି ଟିପ୍ସ ଯଦି ନିଜ ପ୍ରତିଦିନର ଜୀବନଶୈଳୀରେ ସାମିଲ କରିବେ ତେବେ ବୟସ ଛାପ ଏତେ ଜଲଦି ଆପଣଙ୍କ ତ୍ୱଚାରେ ପଡ଼ିବ ନାହିଁ। ଜାଣନ୍ତୁ ସେ ସିକ୍ରେଟ ବିଷୟରେ।

ବିୟୁଟି ସ୍ଲିପ୍‌

ଦିନକୁ ୮ ଘଣ୍ଟା ଶୁଅନ୍ତୁ। ଠିକ୍‌ ସମୟରେ ଶୋଇବା ଦ୍ୱାରା ଆପଣଙ୍କ ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ଭଲ ରହିଥାଏ।ଏହାର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ।

ଶୋଇଲା ବେଳେ ମୁହଁ ମାଡ଼ି ଶୁଅନ୍ତୁ ନାହିଁ। ମୁହଁକୁ ମାଡ଼ି ଶୋଇଲେ ଭାଙ୍ଗ ବା ମୁହଁରେ ପଡ଼ିଥାଏ।

ମୁହଁକୁ ପରିଷ୍କାର ରଖନ୍ତୁ

ଦିନକୁ ଦୁଇଥର ମୁହଁ ଧୁଅନ୍ତୁ। ଭଲ ଫେସ୍‌ ୱାସ ବ୍ୟବହାର କରନ୍ତୁ, ଟୋନିଂ କରନ୍ତୁ ଏବଂ ଭଲ କ୍ରିମ୍‌ ବ୍ୟବହାର କରନ୍ତୁ। ମୁହଁରେ ସାବୁନ୍‌ ବ୍ୟବହାର ନାହିଁ।

ଶୋଇବା ପୂର୍ବରୁ ଗ୍ଲିସେରିନ୍‌ ଲଗାଇ ଶୁଅନ୍ତୁ।

ପାଣି ପିଅନ୍ତୁ

ପାଣି ଶରୀରରେ ଜଳୀୟଅଂଶକୁ ସନ୍ତୁଳନ ରଖିଥାଏ। ଦିନକୁ ୮ରୁ ୧୦ ଗ୍ଲାସ ପାଣି ପିଅନ୍ତୁ। ଉପଯୁକ୍ତ ପରିମାଣରେ ପାଣି ପିଇବା ଫଳରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ଚମକ ବଢ଼ିଥାଏ।

କ୍ଷୀର ପିଅନ୍ତୁ

ପ୍ରତିଦିନ ଗୋଟେ ଗ୍ଲାସ କ୍ଷୀର ପିଇବାକୁ ଚେଷ୍ଟା କରନ୍ତୁ। କ୍ଷୀର ତ୍ୱଚା ପାଇଁ ଲାଭଦାୟକ। ଏଥିରେ ହାଇଡ୍ରେଟିଙ୍ଗ ପ୍ରପଟି ଥାଏ। ଏହା ଶୁଷ୍କ ତ୍ୱଚା ପାଇଁ ବେଶ୍‌ ଭଲ। ସ୍କିନ୍‌ରେ ନମନିୟତା ଆଣିବା ସହ ଏଜିଙ୍ଗ୍‌କୁ ରୋକିଥାଏ। କ୍ଷୀରରେ ପ୍ରୋଟିନ୍, ଏମିନୋ ଏସିଡ, ଭିଟାମିନ୍‌ ଭରି ରହିଥାଏ।

ସବୁଜ ପନିପରିବା ଖାଆନ୍ତୁ

ଖାଦ୍ୟରେ ସବୁଜ ପନିପରିବା ସାମିଲ କରନ୍ତୁ। ସବୁଜ ପନିପରିବାରେ ଆଣ୍ଟିଏଜିଙ୍ଗ୍‌ ପ୍ରପଟି ଭରି ରହିଛି। ସକାଳୁ ଖାଲି ପେଟରେ ୩ରୁ ୪ଟା ଆଲମଣ୍ଡ ସାମିଲ କରନ୍ତୁ। ଆଲମଣ୍ଡରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍‌ ଇ ଭରି ରହିଥାଏ। ଯାହା ତ୍ୱଚାରେ ଆଦ୍ରତାକୁ ବନାଇ ରଖିଥାଏ।

ଫଳ ନିଜ ଖାଦ୍ୟରେ ସାମିଲ କରନ୍ତୁ।

ଗ୍ରୀନ ଟି

ଏଜିଙ୍ଗ୍‌କୁ ରୋକିଥାଏ ଗ୍ରୀନ ଟି। ପ୍ରତିଦିନ ଗୋଟେ କପ୍‌ ଗ୍ରୀନ ଟି ପିଅନ୍ତୁ। ଏହା ଆଖିକୁ ମଧ୍ୟ ଭଲ ରଖିଥାଏ।

ଖରାରେ ବୁଲନ୍ତୁ ନାହିଁ

ଖରାକୁ ବାହାରିବା ପୂର୍ବରୁ ସନ୍‌ସ୍କ୍ରିନ୍‌ ଲଗାଇ ବାହାରନ୍ତୁ।

ବ୍ୟାୟାମ

ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ। ଏହା ରକ୍ତ ସଞ୍ଚାଳନକୁ ଠିକ୍‌ ରଖିଥାଏ। ଏବଂ ମୃତ କୋଷିକାକୁ ଝାଳ ମାଧ୍ୟମରେ ବାହାର କରିଥାଏ।

ସ୍କ୍ରବ୍‌ କରନ୍ତୁ

ସ୍କିନ୍‌କୁ ୧୫ ଦିନରେ ଥରେ ସ୍କ୍ରବ୍‌ କରନ୍ତୁ। ମାର୍କେଟରେ ମିଳୁଥିବା କେମିକାଲ ବଦଳରେ ଘରୋଇ ଉପାୟରେ ସ୍କ୍ରବ୍‌ କରିପାରିବେ। ଏହା ମୃତ କୋଷିକାକୁ ହଟାଇବା ସହ ତ୍ୱଚାରେ ଚମକ ବଢ଼ାଇଥାଏ। ସ୍କ୍ରବ୍‌ ବେଶୀ କଲେ ତ୍ୱଚା ଖରାପ ହେବାର ଆଶଙ୍କା ଥାଏ।

ନଡ଼ିଆ ତେଲ

ରାତିରେ ନଡ଼ିଆ ତେଲ ଲଗାଇଲେ ତ୍ୱଚା ସମ୍ବନ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଯିବ। ଏହା ଶୁଷ୍କ ତ୍ୱଚା ପାଇଁ ବେଶ୍‌ ଭଲ। ତ୍ୱଚା ଯେତେ ଚିକ୍କଣ ହେବ। ଏଜିଙ୍ଗ୍‌ ବି ଜଲଦି ଆସିବ ନାହିଁ।

ମୁହଁକୁ ମାଲିସ୍‌ କରନ୍ତୁ

ସପ୍ତାହକୁ ଥରେ ତ୍ୱଚାରେ କିଛଇ ମସାଜ ତେଲ ବା କ୍ରିମ୍‌ ସାହାଯ୍ୟରେ ମାଲିସ କରନ୍ତୁ। ଏହା ମୁହଁରେ ରକ୍ତ ପ୍ରବାହ ଠିକ୍‌ ରଖିବା ସହ ସ୍କିନ୍‌ରେ ଚମକ୍‌ ଆଣିଥାଏ।

ଫେସିଆଲ ଏକ୍ସରସାଇଜ୍‌

ବୟସର ଛାପ ନ ଆଣିବା ପାଇଁ ଫେସିଆଲ ଏକ୍ସରସାଇଜ୍‌ ମଧ୍ୟ କରନ୍ତୁ। ପାଟିରେ ପାଣି ଭର୍ତ୍ତି କରି କିଛି ସମୟ ରଖନ୍ତୁ। ନିୟମିତ ଏଭଳି କରିବାକୁ ଚେଷ୍ଟା କରନ୍ତୁ।

ଷ୍ଟ୍ର ର ବ୍ୟବହାର କରନ୍ତୁ ନାହିଁ

କୌଣସି ଥଣ୍ଡା ପାନୀୟ ବା କୋଲଡିଙ୍କ୍‌ ପିଇଲା ବେଳେ ଷ୍ଟ୍ରର ବ୍ୟବହାର କରନ୍ତୁ ନାହିଁ।

ଏହିସବୁ ଖାଦ୍ୟଠୁ ଦୂରେଇ ରୁହନ୍ତୁ

  1. ଚିନି
  2. ଚକୋଲେଟ
  3. ସିଗାରେଟ
  4. ଫାଷ୍ଟଫୁଡ୍‌
  5. ମାଦକଦ୍ରବ୍ୟ
  6. ଛଣା ଖାଦ୍ୟ

Comment