ଓଡ଼ିଶାଲାଇଭ୍‌ ବ୍ୟୁରୋ

ମା’ ଝିଅର ସମ୍ପର୍କ ସବୁଠାରୁ ନିଆରା ବୋଲି କୁହାଯାଏ। ଯାହାର ଉଦାହରଣ ଦେଖିବାକୁ ମିଳିଛି ୟୁନାଇଟେଡ୍ କିଙ୍ଗ୍‌ଡମର ଲିସେଷ୍ଟରଶିର୍‌ରେ। ବିବିସିର ରିପୋର୍ଟ ଅନୁଯାୟୀ, ଇମା ନାମକ ଜଣେ ଯୁବତୀଙ୍କର ବିବାହ ଲାଗି ନିର୍ବନ୍ଧ ହୋଇଥିଲା। ଆଉ ଏହାର ଗୋଟିଏ ମାସ ପୂର୍ବରୁ ତାଙ୍କ ମା’ କ୍ୟାନସରରେ ପୀଡିତ ଥିବା ଜଣାପଡ଼ିଥିଲା। ଇମାଙ୍କ ବିବାହ ପୂର୍ବରୁ ତାଙ୍କ ମା’ଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାର ବର୍ଷକ ପରେ ଇମା ବିବାହ କରିଥିଲେ।

ହେଲେ ମୃତ୍ୟୁ ପୂର୍ବରୁ ସେ ଇମାଙ୍କ ପାଇଁ ତାଙ୍କ ବିବାହ ଜୋତାର ବରାଦ ଦେଇସାରିଥିଲେ। ଇମା ଏହି ଜୋତା ଏବେ ପାଇଥିବା ବେଳେ ନିଜର କୋହକୁ ସମ୍ବରଣ କରିପାରି ନ ଥିଲେ। କାରଣ ଜୋତାଟି ଯେତିକି ସୁନ୍ଦର ହୋଇଥିଲା ତା’ଠାରୁ ଅଧିକ ସୁନ୍ଦର ଥିଲା ଏଥିରେ ଲେଖାଥିବା ତାଙ୍କ ମା’ଙ୍କର ଏକ ବାର୍ତ୍ତା। ସେଥିରେ ତାଙ୍କ ମା’ ଲେଖିଥିଲେ, “ତୋ ବିବାହ ପର୍ଯ୍ୟନ୍ତ ମୁଁ ବଞ୍ଚି ନ ଥିବି ହେଲେ ବିବାହରେ ମୋ ତରଫରୁ ଏହି ଜୋତାଟି ତୋ ପାଇଁ ଉପହାର”, ଏହା ଦେଖିବା ପରେ ଇମା ନିଜକୁ ସମ୍ଭାଳି ପାରି ନ ଥିଲେ।

Comment