ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିଶା ଯେ ମଣିଷକୁ କେଉଁ ସ୍ତରକୁ ନେଇପାରେ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଏକ ହୃଦୟବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବିମଳ ପଞ୍ଚାୟତରେ।

ନିଶାରେ ଜଣେ ବାପା ତାର ୬ମାସର ଶିଶୁପୁତ୍ରକୁ ହତ୍ୟା କରିଛି। ହତ୍ୟାକାରୀ ବାପା ହେଉଛି ବିମଳା ପଞ୍ଚାୟତ ବିଦେଶୀ ମୁଣ୍ଡା। ସୂଚନନୁସାରେ ପାରିବାରିକ କଳହକୁ ନେଇ ବିଦେଶୀ ନିଶାଶକ୍ତ ଅବସ୍ଥାରେ ଝଗଡ଼ା କରିଥିଲା, ତାପରେ ସେ ରାଗରେ ତା’ର ୬ମାସର ଶିଶୁପୁତ୍ରକୁ ହତ୍ୟା କରିଛି।

ତେଲକୋଇ ପୋଲିସ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି, ଅଭୁଯୁକ୍ତ ବିଦେଶୀ ମୁଣ୍ଡାକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି।

Comment