ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରତୀକ୍ଷାର ଅନ୍ତ ଘଟିଛିା ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ବିଜେଡି କଟକ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ପାଞ୍ଚ ପାଞ୍ଚ ଥରର ସାଂସଦ ଭର୍ତ୍ତୃହରି ମହତାବଙ୍କ ଉପରେ ବିଜେଡି ପୁଣି ଭରସା କରିଛିା ଭର୍ତ୍ତୃହରିଙ୍କୁ କଟକ ଲୋକସଭା ଆସନ ପାଇଁ ଟିକେଟ ଦେଇଛି ବିଜେଡିା
କଟକ ଲୋକସଭା ଆସନ ଅଧିନରେ ଥିବା ୭ଟି ବିଧାନସଭା ଆସନ ମଧ୍ୟରୁ ୬ଟିରେ ପ୍ରାର୍ଥୀ ଘୋଷଣା କରି ସାରିଛି ବିଜେଡିା ହେଲେ ଲୋକସଭା ଟିକେଟକୁ ନେଇ ସସପେନ୍ସ ଲାଗି ରହିଥିଲା। କଟକରୁ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିବା ଲାଗି ବିଜେଡି ମ୍ୟାନେଜର ଗଣିତ କଷୁଥିଲୋ ହେଲେ ସୌମ୍ୟ ଏଥିରେ ରାଜି ନହେବାରୁ ଭର୍ତ୍ତୃହରିଙ୍କ ଉପରେ ଭରସା କରିଛି ବିଜେଡିା
୧୯୯୮ରୁ ଲଗାତାର ୫ ଥର ବିଜେଡି ଟିକେଟରେ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ ଭର୍ତ୍ତୃହରିା ୨୦୧୪ ନିର୍ବାଚନରେ ଜିତିବା ପରେ ବିଜେଡି ସଂସଦୀୟ ଦଳର ନେତା ହୋଇଥିଲେ ଭର୍ତ୍ତୃହରିା ଏଥର ପୁଣି ଭର୍ତ୍ତୃହରି ଟିକେଟ ନେଇଛନ୍ତିା


















