ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

- ଭର୍ତ୍ତୃହରିଙ୍କୁ ପୁଣି ଭରସା
- କଟକରେ ବିଜେଡି ପ୍ରାର୍ଥୀ ହେଲେ ଭର୍ତ୍ତୃହରି
- ବିଜେପିର ପ୍ରକାଶ ମିଶ୍ର ଦେବେ କଡ଼ା ଟକ୍କର
- ବିଜେପିକୁ ଭରସା ମୋଦି
- ବିଜେଡି ପ୍ରାର୍ଥୀଙ୍କୁ ଭରସା ନବୀନ
ଓଡ଼ିଶାର ୨୧ଟି ଲୋକସଭା ଆସନ ଭିତରୁ କଟକ ସିଟ୍ଟି ହେଉଛି ରାଜନୀତିକ ଦୃଷ୍ଟିକୋଣରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। କାରଣ କଟକ ପୁରୁଣା ରାଜଧାନୀ ଏବଂ ସାଂସ୍କୃତିକ ଓ ଭାଇଚାରା ସହର ଭାବେ ପ୍ରତିଷ୍ଠା ଅର୍ଜନ କରିଥିବାରୁ ଏହି ଆସନକୁ କବ୍ଜା କରିବା ପାଇଁ ବିଜେଡି ଓ କଂଗ୍ରେସ ଭିତରେ ସବୁବେଳେ ଫାଇଟ୍ ଲାଗିଥାଏ।
ହେଲେ ଏଥର ଚିତ୍ର ବଦଳିଛିା କଟକରେ କଂଗ୍ରେସ-ବିଜେଡି ବଦଳରେ ବିଜେପି-ବିଜେଡି ଭିତରେ କଡ଼ା ଟକ୍କର ହେବା ନେଇ ଚର୍ଚ୍ଚା ହେଉଛିା
ବିଜେଡିକୁ ଭର୍ତ୍ତୃହରି ଭରସା
କଟକ ଲୋକସଭା ଆସନ ୭ଟି ନିର୍ବାଚନମଣ୍ଡଳୀକୁ ନେଇ ଗଠିତ। ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଏବଂ ଖଣ୍ଡପଡ଼ାକୁ ନେଇ କଟକ ଲୋକସଭା ସିଟ୍ ଗଢ଼ା ହୋଇଛି। ଗତ ୧୯୯୮ରୁ ଏଯାବତ୍ ବିଜେଡିରୁ ଭର୍ତ୍ତୃହରି ମହତାବ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।
ଭର୍ତ୍ତୃହରି ୨୦୧୪ରେ ୫ ଲକ୍ଷ ୨୬ ହଜାର ୮୫ ଖଣ୍ଡ ଭୋଟ ପାଇ କଂଗ୍ରେସର ଅପରାଜିତା ମହାନ୍ତିଙ୍କୁ ପରାଜିତ କରିଥିଲେ। ଏବେ ବହୁ ଘାଣ୍ଟଚକଟ ପରେ ପୁଣି ଭର୍ତ୍ତୃହରି ବିଜେଡି ସୁପ୍ରିମୋଙ୍କ ଭରସା ଜିତିଛନ୍ତିା ଏଥର ଭର୍ତ୍ତୃହରି ବିଜେପି ପ୍ରାର୍ଥୀ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ଟକ୍କର ଦେବୋ
ଭର୍ତ୍ତୃହରି ୫ ଥର ସାଂସଦ ଭାବେ ନିର୍ବାଚିତ ହେବା ପଛର କାରଣ ହେଉଛି ବିଜେଡି ଟିକେଟ ଏବଂ ଏହାର ସଭାପତି ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା। ଏହାଛଡ଼ା କଟକ ଲୋକସଭା ଆସନ ପାଇଁ ସେମିତି କେହି ଆଶାୟୀ ନଥିବାରୁ ଭର୍ତ୍ତୃହରି ବିଜେଡିରୁ ବାଜିମାତ୍ କରି ଆସୁଛନ୍ତି। ୭ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକମାନଙ୍କ ସହ ଉତ୍ତମ ସମ୍ପର୍କ ହେଉଛି ଭର୍ତ୍ତୃହରିଙ୍କ ପାଇଁ ପ୍ଲସ୍ ପଏଣ୍ଟ।
ଏହାଛଡ଼ା ଭର୍ତ୍ତୃହରି ଜଣେ ଦକ୍ଷ ସାଂସଦ ଭାବେ ପରିଚୟ ହାସଲ କରିଛନ୍ତିା ଲୋକସଭାରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେବା ଏବଂ ଓଡ଼ିଶାର ସ୍ୱରକୁ ଦିଲ୍ଲୀ ଦରବାରରେ ଉଠାଇ ଭର୍ତ୍ତୃହରି ଚର୍ଚ୍ଚାରେ ରହିଛନ୍ତି।
ଦିଲ୍ଲୀ ଦରବାରରେ ଭର୍ତ୍ତୃହରିଙ୍କ ସ୍ୱର ଶାଣିତ ଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ତାଙ୍କର ସ୍ୱର ନରମ ରହିଛି। କଟକ ଲୋକସଭା ନିର୍ବାଚନମଣ୍ଡଳୀରେ ତାଙ୍କର ଲୋକସମ୍ପର୍କ ନାହିଁ କହିଲେ ଚଳେ। ତେବେ ଏଥର ଭର୍ତ୍ତୃହରି ନବୀନଙ୍କ ଭରସା ରଖୁଛନ୍ତି ନା ନାହିଁ ତାହା ଦେଖିବାକୁ ବାକି ରହିଲା।
କଂଗ୍ରେସରୁ ପଞ୍ଚାନନ ନା ବିଜୟଲକ୍ଷ୍ମୀ?
କଟକ ଲୋକସଭା ଆସନ ଥିଲା କଂଗ୍ରେସର ଗଡ଼। ହରେକୃଷ୍ଣ ମହତାବ, ଜାନକୀବଲ୍ଲଭ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ ଏବଂ ଅନାଦି ସାହୁଙ୍କ ଭଳି ହେବିୱେଟ ନେତା ଅତୀତରେ ଏହି ଆସରୁ କଂଗ୍ରେସ ଦଳରୁ ପ୍ରତିନିଧିତ୍ୱ କରିଥିଲେ। କିନ୍ତୁ ବିଜେଡି ଗଠନ ହେବା ପରେ କଂଗ୍ରେସର ଗଡ଼ ଏଠି ଭାଙ୍ଗି ଯାଇଛି।
ବିଜେଡିକୁ ଟକ୍କର ଦେବା ପାଇଁ କଂଗ୍ରେସ ଏଠି ବାରମ୍ବାର ପ୍ରାର୍ଥୀ ବଦଳାଉଥିଲେ ମଧ୍ୟ କିଛି ଲାଭ ମିଳୁନି। ୨୦୧୪ ନିର୍ବାଚନରେ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ କଂଗ୍ରେସ ଟିକେଟ ଦେଇଥିଲା। ଆଶା ଥିଲା କି ଅପରାଜିତା ଆଗାଧାଡ଼ିର ଅଭିନେତ୍ରୀ ହୋଇଥିବାରୁ ସେ ବିଜେଡିକୁ ଟକ୍କର ଦେବେ। କିନ୍ତୁ ଅପରାଜିତାଙ୍କୁ ମାତ୍ର ୨ ଲକ୍ଷ ୧୯ ହଜାର ୩୨୩ ଭୋଟରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା।
ଏହି ନିର୍ବାଚନ ପରେ ଆଉ ଅପରାଜିତାଙ୍କୁ ନିର୍ବାଚନ ମଇଦାନରେ ଦେଖିବାକୁ ମିଳିନି। ଅପରାଜିତା ଏବେ ହାତ ଛାଡ଼ି ପଦ୍ମ ପୋଖରୀକୁ ଡେଇଁଛନ୍ତି। ଏଣୁ କଂଗ୍ରେସ ୨୦୧୯ରେ କାହାକୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ପଡ଼ିଛି।
କୁହାଯାଉଛି ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବେ କଂଗ୍ରେସରେ ସାମିଲ ହୋଇଛନ୍ତି। ପଞ୍ଚାନନଙ୍କର କଟକ ଜିଲ୍ଲାରେ ଭଲ ପ୍ରଭାବ ମଧ୍ୟ ରହିଛି। ଏଣୁ ପଞ୍ଚାନନଙ୍କୁ କଂଗ୍ରେସ କଟକ ଲୋକସଭା ଆସନରୁ ଟିକେଟ ଦେଇପାରେ। ସେହିପରି ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ନାଁ ବି ଚର୍ଚ୍ଚାରେ ରହିଛିା ଏ ଦୁହିଁଙ୍କ ଭିତରୁ କଂଗ୍ରେସ କାହାକୁ ଟିକେଟ ଦେଉଛି ତା’ ଉପରେ ନଜରା
ବିଜେପିକୁ ଭରସା ମୋଦି
ମୋଦିଙ୍କ ଲୋକପ୍ରିୟତାକୁ ଆଧାର କରି ବିଜେପି ୨୦୧୯ ନିର୍ବାଚନ ଲଢ଼ିବାକୁ ରଣନୀତି ପ୍ରସ୍ତୁତ କରୁଛି। ଏଥିପାଇଁ ଦଳ ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛିା ପ୍ରକାଶ ଏବଂ ଭର୍ତ୍ତୃହରିଙ୍କ ଭିତରେ ସିଧା ଲଢ଼େଇ ହେବା ନେଇ ଚିତ୍ର ସ୍ପଷ୍ଟ ହୋଇଛିା
୨୦୧୪ ନିର୍ବାଚନରେ ସମୀର ଦେଙ୍କୁ ବିଜେପି ଲୋକସଭା ପ୍ରାର୍ଥୀ କରିଥିଲା। ସମୀର ମାତ୍ର ୧ ଲକ୍ଷ ୪୬ ହଜାର ୯୩ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ। କଟକରୁ ବିଜେପି ଟିକେଟରେ ସମୀର ଦୁଇ ଦୁଇ ଥର ନିର୍ବାଚନ ଜିତିଥିଲେ ବି ଲୋକସଭା ଆସନରେ ପରାଜିତ ହୋଇଥିଲେ। ଏହାର ବଡ଼ କାରଣ ହେଉଛି କଟକରେ ବିଜେପିର ସ୍ଥିତି ସୁଦୃଢ଼ ନଥିଲା। କିନ୍ତୁ ୨୦୧୯ ପୂର୍ବରୁ କଟକରେ ସଙ୍ଗଠନ ସଜାଡ଼ିଛି ବିଜେପି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ଗସ୍ତ ପରେ କଟକରେ ବିଜେପିର ସ୍ଥିତି ସୁଦୃଢ଼ ହୋଇଛି। ଏହାକୁ ଆଧାର କରି ପ୍ରକାଶ ଭୋଟରଙ୍କ ପାଖକୁ ଯିବୋ


















