ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନରେ ରିସ୍କ ନେବାକୁ ଚାହୁଁନି ବିଜେଡିା ଯେଉଁ ଆସନରେ ସ୍ଥାନୀୟ ବିଧାୟକମାନଙ୍କ ବିରୋଧରେ ଅସନ୍ତୋଷ ରହିଛି ସେଠି ଏଥର ପ୍ରାର୍ଥୀ ବଦଳାଇଛି ବିଜେଡିା ଏହାର ପ୍ରମାଣ ଆଜି ପ୍ରକାଶ ପାଇଥିବା ପ୍ରାର୍ଥୀ ତାଲିକାରୁ ସ୍ପଷ୍ଟ ଜଣାପଡ଼ିଛିା

ବେଗୁନିଆ, ଖୋର୍ଦ୍ଧା ଏବଂ ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଅଦଳ ବଦଳ କରିଛି ବିଜେଡିା ବୋଲଗଡ଼-ବେଗୁନିଆରୁ ବିଧାୟକ ଜିତିଥିବା ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ଚିଲିକା ପାଇଁ ଟିକେଟ ଦେଇଥିବା ବେଳେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆରେ ପ୍ରାର୍ଥୀ କରିଛି ବିଜେଡିା ସେହିପରି ଖୋର୍ଦ୍ଧାରେ ବିଜେଡି ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଉପରେ ଭରସା କରିଛିା

ପ୍ରଶାନ୍ତ ଜଗଦେବ ଗତ ପାଞ୍ଚ ବର୍ଷ ଭିତରେ ନିଜ ନିର୍ବାଚନମଣ୍ଡଳୀରେ ବିବାଦୀୟ ହୋଇ ପଡ଼ିଥିଲୋ କର୍ମୀଙ୍କୁ ଦୁର୍ବ୍ୟବହାର କରିବା ନେଇ ସେ ଚର୍ଚ୍ଚାରେ ରହିଥିଲୋ ଫଳରେ ବେଗୁନିଆ-ବୋଲଗଡ଼ରେ ଅସନ୍ତୋଷ ଦେଖାଦେଇଥିଲା। ପ୍ରଶାନ୍ତଙ୍କୁ ଟିକେଟ ମିଳି ନପାରେ ବୋଲି ଚର୍ଚ୍ଚା ହେଉଥିଲା। ଶେଷରେ ପ୍ରଶାନ୍ତଙ୍କୁ ଟିକେଟ ମିଳିଛିା ହେଲେ ତାଙ୍କୁ ବେଗୁନିଆ ବଦଳରେ ଚିଲିକା ପଠାଯାଇଛିା ଚିଲିକାରେ ପ୍ରଶାନ୍ତ ବିଜେପିର ପୃଥ୍ୱୀରାଜ ହରିଚନ୍ଦନଙ୍କୁ ମୁକାବିଲା କରିବୋ

ସେହିପରି ନିକଟରେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (ଜିତୁ)। ୨୦୦୪ରେ ସେ ଖୋର୍ଦ୍ଧାର ବିଧାୟକ ଥିଲୋ କିନ୍ତୁ ୨୦୧୪ରେ ଟିକେଟ ନମିଳିବାରୁ ସେ ବିଜେପି ଆସିଥିଲୋ ଜିତୁ ଗତଥର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ସାହୁଙ୍କୁ କଡ଼ା ଟକ୍କର ଦେଇ ପରାଜିତ ହୋଇଥିଲୋ ହେଲେ ରାଜେନ୍ଦ୍ରଙ୍କ ଭାବମୂର୍ତ୍ତି ଏବେ ଖୋର୍ଦ୍ଧାରେ ଠିକ୍ ନାହିଁ। ଏଣୁ ରାଜେନ୍ଦ୍ରଙ୍କୁ ବେଗୁନିଆ ପଠାଇ ଜିତୁଙ୍କୁ ଖୋର୍ଦ୍ଧା ଟିକେଟ ଦେଇଛି ବିଜେଡିା

LEAVE A REPLY

Please enter your comment!
Please enter your name here