ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ନିର୍ବାଚନ ସମ୍ପର୍କୀତ ୧୧ଟି ପ୍ରସଙ୍ଗକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ। ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ସୋମବାର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଟାର୍ଗେଟ କରିଛନ୍ତି। ସିଇଓ ବିଜେପି ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ବିଜେଡି ପ୍ରବକ୍ତା ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
କାଳିଆ ଯୋଜନାର ଦ୍ୱିତୀୟ କିସ୍ତିର ଅର୍ଥକୁ ପଠାଇବାରେ ସିଇଓ ରୋକ ଲଗାଇଛନ୍ତି। ବିଜେପିର ଚାପରେ ସିଇଓ ଏଭଳି ନିଷ୍ପତ୍ତି ନେଉଛନ୍ତି। ସେହିପରି ବିଜେପି ପକ୍ଷରୁ ଦର୍ଶାଯାଇଥିବା ଫେକ୍ ଗୁଇନ୍ଦା ରିପୋର୍ଟ ନେଇ ସିଇଓ କିଛି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ବୋଲି ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି।
ଅନ୍ୟ ପକ୍ଷରେ ପେଟ୍ରୋଲ ପମ୍ପ୍ ଓ ଗ୍ୟାସ ଏଜେନ୍ସି ମାଧ୍ୟମରେ ନିର୍ବାଚନ ପ୍ରଚାର ପାଇଁ ଟଙ୍କା ବଣ୍ଟା ଯାଉଛି କହି ବିଜେପିକୁ ଆଙ୍ଗୁଠି ଉଠାଇଇଛନ୍ତି ବିଜେଡି ପ୍ରବକ୍ତା। ସେହିପରି ବିଜେପିର ବ୍ୟାନର, ହୋଡିଂ ଏ ଯାଏଁ ହଟାଯାଇନାହିଁ ବୋଲି ସାମ୍ବାଦିକ ସମ୍ମିଳୀରେ କୁହାଯାଇଛି।
ଏହା ଉପରେ ସିଇଓ ନଜର ରଖନ୍ତୁ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ବିଜେପ ଚାପରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସ୍ ମିଟ୍ରେ କହିଛନ୍ତି। ଏହି ଭଳି ୧୧ଟି ପ୍ରସଙ୍ଗ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବିଜେପକୁ ଟାର୍ଗେଟ କରିଛି ବିଜେଡି।


















