ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ତ୍ତମାନ ନିର୍ବାଚନ ପ୍ରଚାରରେ ସୋସିଆଲ ମିଡିଆ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାରେ ଲାଗିଛି। ଏହି ପରିପେକ୍ଷୀରେ ଜାତୀୟ ରାଜନୈତିକ ଦଳ କଂଗ୍ରେସକୁ ଲାଗିଛି ଏକ ବଡ଼ ଧରଣର ଝଟକା। କଂଗ୍ରେସର ଆଇଟି ସେଲ୍‌ ଦ୍ୱାରା ନିୟନ୍ତ୍ରିତ ହେଉଥିବା ୬୭୮ଟି ଫେସବୁକ୍‌ ଆକାଉଣ୍ଟ, ପେଜ୍‌ ବନ୍ଦ ହୋଇଛି। ଅନୈତିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ଏହି ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦେଇଛି।

ନିର୍ବାଚନ ପୂର୍ବରୁ ଫେକ୍‌ ଆକାଉଣ୍ଟ ଜରିଆରେ କଂଗ୍ରେସର ଆଇଟି ସେଲ୍‌ ଦ୍ୱାରା ଶହଶହ ଆକାଉଣ୍ଟ କାର୍ଯ୍ୟକାରୀ ହେଉଥିଲା। ଏହି ଆକାଉଣ୍ଟସ୍‌ ଗୁଡ଼ିକ ଏକ ନେଟ୍‌ୱାର୍କିଂ ଜରିଆରେ କାମ କରୁଥିଲା। ଏହି ପେଜ ଗୁଡିକରେ ବିନା ଅନୁମତିରେ ନିର୍ବାଚନ ସମ୍ପର୍କିତ ଖବର ପ୍ରକାଶିତ ହେଉଥିବାରୁ ଏହାକୁ ଫେସ୍‌ବୁକ୍‌ ଡିଲିଟ କରିଦେଇଛି।

ଏଭଳି ଥର ପାଇଁ ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ ଫେସବୁକ ପକ୍ଷରୁ କୌଣସି ବଡ ରାଜନୈତିକ ଦଳ ସହ ଯୋଡ଼ି ହୋଇ ରହିଥିବା ପେଜ ଗୁଡ଼ିକୁ ଡିଲିଟ କରାଯାଇଛି।

ଫେସବୁକ୍‌ ଅନୁଯାୟୀ, ଏହି ଫେକ୍ ପେଜଗୁଡ଼ିକରେ ବିଜେପି ତଥା ନରେନ୍ଦ୍ର ମୋଦିଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା। ଏହି ଆକାଉଣ୍ଟଗୁଡ଼ିକ ବିଭିନ୍ନ ଗ୍ରୁପ୍‌ ଏବଂ ପେଜ୍‌ ସହ ଯୋଡ଼ଇ ହୋଇ ଉକ୍ତ ଖବରକୁ ଭାଇରାଲ କରାଯାଉଥିଲା। ନିର୍ବାଚିତ ସମ୍ପର୍କିତ ଖବରକୁ ଫେକ୍‌ ନ୍ୟୁଜ୍‌ ତଥା ସ୍ପାମ୍‌ ନ୍ୟୁଜ୍‌ ଭଳି ଭାଇରାଲ କରାଯାଉଥିବାକୁ ଏହାକୁ ଡିଲିଟ କରାଯାଇଛି।

ଅନ୍ୟପକ୍ଷରେ କଂଗ୍ରେସ ଏହାକୁ ଶକ୍ତଭାବେ ଖଣ୍ଡନ କରିଛି। କଂଗ୍ରେସର ମୁଖପାତ୍ର ମନୀଷ ତିୱାରୀ କହିଛନ୍ତି, କିଛି କହିବା ଆଗରୁ ଆମେ ନଶ୍ଚିତ କରିବୁ କି, ଏହି ଆକାଉଣ୍ଟଗୁଡ଼ିକ ଆମ ସହ ଲିଙ୍କ୍‌ ରହିଛି କି ନାହିଁ।

ସାରା ଦେଶରେ ବାଜିଛି ନିର୍ବାଚନୀ ବିଗୁଲ। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣକୁ ଆଉ ମାତ୍ର ୧୦ ଦିନ ରହିଲା। ଏହି କ୍ରମରେ ଆରମ୍ଭ ହେବାକୁ ଲାଗିଲାଣି ନିର୍ବାଚନୀ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜନୈତିକ ଦଳର ପ୍ରାର୍ଥୀମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଥିବା ବେଳେ ସୋସଆଲ ମିଡିଆକୁ ଏକ ବଡ଼ ଅସ୍ତ୍ର ଭାବେ କାର୍ଯ୍ୟକାରୀ କରାଯାଉଛି।

Comment