ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତି ବାପା ମା ନିଜ ପିଲାଙ୍କ ପାଇଁ ସବୁଠୁ ଭଲ ଓ ସୁରକ୍ଷିତ କମ୍ପାନିର ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ଏହାର କାରଣ ତାଙ୍କ ପିଲା ସବୁବେଳେ ସୁସ୍ଥ ରହୁ ଏହାସହ ଯେମିତି ଆଉକିଛି ପ୍ରଭାବ ନ ପଡେ।
ଏ ନେଇ ଆମେ ଆପଣଙ୍କୁ ଏମିତି ଏକ ଖବର କହିବାକୁ ଯାଉଛି ଯାହା ଆପଣ ଜାଣିବା ନିହାତି ଜରୁରୀ। ପ୍ରାୟ ପ୍ରତି ଘରେ ଓ ପ୍ରତି ରାଜ୍ୟରେ ଲୋକପ୍ରିୟତା ହାସଲ କରିଥିବା ‘ଜନସନ୍ ଏଣ୍ଡ ଜନସନ୍’ କମ୍ପାନିର ପ୍ରଡକ୍ଟ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
‘ଜନସନ୍ ଏଣ୍ଡ ଜନସନ୍’ କମ୍ପାନି ହିମାଚଳ ପ୍ରଦେଶରେ ଅନେକ ପ୍ରକାର ସାମଗ୍ରୀ ତିଆରି କରିଥାଏ। ଏହି କମ୍ପାନି ପିଲାଙ୍କ ପାଇଁ ତିଆରି କରୁଥିବା ସାମ୍ପୁ ଯାହାର ବ୍ୟାଚ୍ ନମ୍ବର (ବିବି ୫୮୧୭୭)ଓ (ବିବି ୫୮୨୦୪)ଅଟେ, ସେହି ପ୍ରଡକ୍ଟ ତିଆରିରେ ଗତ କିଛି ଦିନ ହେବ କିଛି ହାନିକାରକ ପ୍ରଦାର୍ଥ ବ୍ୟବହାର ହେଉଥିବା ଜଣାପଡ଼ିଛି। ଯାଞ୍ଚରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି।
ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କୁ ସଚେତନ କରିବା ଲାଗି ରାଜସ୍ଥାନ ସରକାର ଡ୍ରଗସ୍ କଣ୍ଟୋଲ ଅଫିସରଙ୍କ ପକ୍ଷରୁ ଡ୍ରଗସ୍ ବୁଲେଟିନ୍ ଜାରି କରାଯାଇଛି।
ରାଜସ୍ଥାନ ଡ୍ରଗସ୍ କଣ୍ଟୋଲର୍ ରାଜାରାମ ଶର୍ମାଙ୍କ ଦ୍ୱାରା ଜାରି କରାଯାଇଥିଲା ବୁଲେଟିନ୍ରେ ଲୋକଙ୍କୁ ସଚେତନ କରାଇବା ସହ କୁହାଯାଇଛି ଯେ, “ଜନସନ୍ ବେବି ସାମ୍ପୁର ଉପରୋକ୍ତ ଦୁଇଟି ବ୍ୟାଚ୍ରେ କିଛି ମେଳ ନାହିଁ, ଯାହା ପ୍ରଡକ୍ଟର ବ୍ୟବହାର ଉପରେ ପ୍ରଭାବ ପକାଇପାରେ।”
ଏଥିପାଇଁ ଉକ୍ତ କମ୍ପାନିର ସେହି ଉତ୍ପାଦ ବିକ୍ରି ଉପରେ ରୋକ ଲଗାଯାଇଛି। ଏହାସହ ଉକ୍ତ କମ୍ପାନିର ସାମ୍ପୁର ବଜାର ଷ୍ଟକ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉକ୍ତ କମ୍ପାନିର ଅଲଗା ପ୍ରଡକ୍ଟର ବ୍ୟାଚ୍ ନମ୍ବର ଉପରେ ଆଗାମୀ ଦିନରେ ଯାଞ୍ଚ କରାଯିବ ବୋଲି ରାଜସ୍ଥାନ ଡ୍ରଗସ୍ କମ୍ପାନି ତରଫରୁ କୁହାଯାଇଛି।
ଏହି ସାମ୍ପୁରେ ଫର୍ମାଲଡିହାଇଡ୍ ନାମକ ଏକ କେମିକାଲ ଥିବା ଯାଞ୍ଚରୁ ଜଣାପଡ଼ିଛି। ଫର୍ମାଲଡିହାଇଡ୍ କେମିକାଲ୍ରେ କ୍ୟାନସର୍ ହେବାର ଆଶଙ୍କା ଥାଏ। ରାଜସ୍ଥାନ ଡ୍ରଗ୍ ରେଗୁଲେଟାରୀ ଜନସନ୍ କମ୍ପାନିର ଏହି ସାମ୍ପୁର ଦୁଇଟି ବ୍ୟାଚ୍କୁ ପରୀକ୍ଷା କରିବା ସହ ଯାଞ୍ଚ କରିଥିଲେ।
ଯେଉଁ ବ୍ୟାଚ୍ର ସାମ୍ପୁରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି ତାହା ୨୦୨୧ରେ ଏକ୍ସପାୟାରି ହୋଇଯିବ। ରାଜସ୍ଥାନ ଡ୍ରଗ୍ସ କମ୍ପାନି ଉକ୍ତ ସାମ୍ପୁକୁ ବଜାରକୁ ଆଉ ନ ପଠାଇବା ଲାଗି କମ୍ପାନିକୁ ନୋଟିସ୍ କରିଛନ୍ତି। ଏହାସହିତ ଡ୍ରଗସ୍ ଏଣ୍ଡ କେମିଷ୍ଟି ଆକ୍ଟ ୧୯୪୦ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
















