ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ସୋମାବର ଓଡ଼ିଶା ଆସିଛନ୍ତି। ସେ ଭୁବନେଶ୍ୱରସ୍ଥିତ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ଯୋଗ ଦେଇ ଓଡ଼ିଶାବାସୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଜଣାଇବା ସହ ଛାତ୍ରଛାତ୍ରୀଙ୍କ  ଉଦ୍ଦେଶ୍ୟରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଛନ୍ତି।

ଚାକିରି ପାଇଁ ନୁହେଁ ବରଂ ଜ୍ଞାନ ଆହରଣ ପାଇଁ ପାଠ ପଢ଼ିବାକୁ ବିଦ୍ୟାର୍ଥୀଙ୍କୁ ଆହ୍ୱାନ ଦେଇଛନ୍ତି ନାଇଡୁ।

“ସ୍କୁଲ କେବଳ ପାଠ ପଢ଼ିବା ପାଇଁ ନୁହେଁ, ଦେଶ ନିର୍ମାଣରେ ଏହାର ମୁଖ୍ୟ ଭୂମିକା ରହିବା ଉଚିତ। ଦୀର୍ଘଦିନର ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ବଦଳିଛି। ଇତିହାସ ପାଠ୍ୟକ୍ରମ ସହ ଚିନ୍ତା ବି ବଦଳିଛି। ଆମ ସଂସ୍କୃତି ଐତିହକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୂକ୍ତ କରିବାକୁ ପଡ଼ିବ। ନିଜ ଜନ୍ମସ୍ଥାନ ଓ ନିଜ ମାତୃଭୂମିକୁ ସବୁବେଳେ ଗୁରୁତ୍ୱ ଦେବା ଉଚିତ”, କହିଛନ୍ତି ଉପରାଷ୍ଟ୍ରପତି।

ପିଲାମାନେ ମମି ଡାଡି ନଡାକି ବାପା, ମା’ ଡାକିବାକୁ ପରାମର୍ଶ ଦେଇଛନ୍ତି ନାଇଡୁ। ସେ ଆହୁରି କହିଛନ୍ତି ଗୁଗୁଲ କେବେ ଗୁରୁଙ୍କ ସ୍ଥାନ ନେଇ ପାରିବ ନାହିଁ ।

Comment