ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିରେ ମିଶିଲେ ବିଜେପି ପ୍ରାର୍ଥୀ ତୁଷାରକାନ୍ତି ବେହେରା। ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। କାକଟପୁର ବିଧାୟକ ପ୍ରାର୍ଥୀ ଥିଲେ ତୁଷାରକାନ୍ତି।

ପୂର୍ବରୁ ଆଉଜଣେ ବିଜେପି ପ୍ରାର୍ଥୀ ବି ବିଜେଡିରେ ଯୋଗ ଦେଇଥିଲେ। ଆନନ୍ଦପୁର ବିଜେପି ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେଡିରେ ମିଶିଥିଲେ।

ତେବେ ବିଜେପିର ଟିକେଟ୍‌ ପାଇ ନେତାମାନେ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ହିଁ ଦଳ ଛାଡ଼ି ଅନ୍ୟ ଦଳରେ ମିଶୁଛନ୍ତି।

Comment