ଓଡ଼ିଶାଲାଇଭ୍‌ ବ୍ୟୁରୋ

କର୍ଣ୍ଣାଟକ ବେଙ୍ଗାଲୁରରେ କିଛି ଏଭଳି ଘଟଣା ଘଟିଛି ଯାହାକୁ ଶୁଣିଲେ ହୋସ୍ ଉଡ଼ିଯିବ। ବିବାହର କିଛି ସମୟ ପରେ କନ୍ୟା ବାନ୍ତି କରିଦେବାରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବାର ଏକ ମାମଲା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ଏକ ମାଟ୍ରିମୋନି ସାଇଟ୍ ଜରିଆରେ ଉଭୟ ଯୁବତୀଯୁବକଙ୍କ ସାକ୍ଷାତ ହୋଇଥିଲା। ଉଭୟେ ଏମବିଏରେ ଗ୍ରାଜୁଏଟ ଅଟନ୍ତି। ସାକ୍ଷାତ ପରେ ଉଭୟଙ୍କ ବିବାହ ହିନ୍ଦୁ ପରମ୍ପରା ଅନୁଯାୟୀ ହୋଇଥିଲା।

ବିବାହ କର୍ମ ଶେଷ ହେବାପରେ ବିବାହ ବେଦୀ ଉପରେ କନ୍ୟାଜଣକ ବାନ୍ତି କରି ଦେଇଥିଲେ। ଏହାପରେ ଉଭୟ କନ୍ୟା ଓ ବରପକ୍ଷ ଲୋକେ ନବବିବାହିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।

ହେଲେ ସେଠାରେ କନ୍ୟାଘର ଲୋକଙ୍କ ଅଜଣାତରେ ବରପକ୍ଷ ନବ ବିବାହିତାଙ୍କ କୁମାରିତ୍ୱ ପରୀକ୍ଷା ସହ ପ୍ରେଗନେନ୍ସି ଟେଷ୍ଟ କରାଇଥିଲେ। ଶେଷରେ ରିପୋର୍ଟରେ ଗ୍ୟାଷ୍ଟ୍ରିକ୍ ସମସ୍ୟା ଯୋଗୁ କନ୍ୟାଙ୍କର ବାନ୍ତି ହୋଇଥିବା ଡାକ୍ତର କହିଥିଲେ। ଯାହାକି କନ୍ୟାଙ୍କୁ ଶକ୍ତ ଆଘାତ ଦେଇଥିଲା।

ଖାଲି ସେତିକି ନୁହେଁ ଯୁବକଙ୍କ ସନ୍ଦେହ ସ୍ପଷ୍ଟ ହୋଇ ନଥିବାରୁ ସେ ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି। ଅପରପକ୍ଷେ ପୂର୍ବରୁ ନିଜ ମା’ବାପାଙ୍କୁ ହରାଇଥିବା ଯୁବତୀଜଣକ ଏଭଳି ପରିସ୍ଥିତିକୁ ନେଇ ପୁରା ଭାଙ୍ଗି ପଡ଼ିଛନ୍ତି।

Comment