ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପର୍ଯ୍ୟାୟକ୍ରମେ ବିଜୁ ଜନତା ଦଳ ତାର ପ୍ରାର୍ଥି ତାଲିକା ଘୋଷଣା କରି ଚାଲିଛିା ତେବେ ଏହି ପ୍ରାର୍ଥୀ ତାଲିକାରେ ଅଧିକାଂଶ ନୂଆ ମୁହଁକୁ ଅଗ୍ରାଧିକାର ଦିଆଯାଉଥିବା ଦେଖିବାକୁ ମିଳିଛିା ଏହି ନୂଆ ମୁହଁ ବିଜେଡି ପାଇଁ ଫାଇଦା ହେବ ନା ରିସ୍କ ତାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଚାଲିଛିା
ବିଜେଡି ଆଜି ୮ ବିଧାନସଭା ଏବଂ ୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛିା ସେଥିମଧ୍ୟରେ ୭ଟି ବିଧାନସଭା ଆସନ ଓ ୨ଟି ଯାକ ଲୋକସଭା ଆସନରେ ନୂଆ ମୁହଁକୁ ଟିକେଟ ଦେଇଛି ବିଜେଡିା
ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଆସନରେ ସମ୍ପୂର୍ଣ୍ଣ ନୂଆ ମୁହଁକୁ ଟିକେଟ ମିଳିଛିା ଢେଙ୍କାନାଳ ଲୋକସଭାରେ ମହେଶ ସାହୁଙ୍କୁ ଟିକେଟ ମିଳିଥିବା ବେଳେ କେନ୍ଦୁଝର ପାଇଁ ଚନ୍ଦ୍ରାଣୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛିା
ମହେଶ ପୂର୍ବରୁ ପାଲଲହଡା ବିଧାନସଭା ଆସନରୁ ନିର୍ବାଚନ ଲଢୁଥିଲୋ କିନ୍ତୁ ସେ ଢେଙ୍କାନାଳ ଲୋକସଭା ଆସନ ପାଇଁ ନୂଆ ମୁହଁ।
ସେହିପରି ଭୁବନେଶ୍ୱର ମଧ୍ୟ ବିଧାନସଭା ଆସନରେ ବିଜେଡି ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କୁ ଟିକେଟ ଦେଇଛିା ଭୁବନେଶ୍ୱର-ଉତ୍ତର ପାଇଁ ରାଜନୀତିରେ ସମ୍ପୂର୍ଣ୍ଣ ନୂଆ ସୁଶାନ୍ତ କୁମାର ରାଉତଙ୍କୁ ପ୍ରାର୍ଥୀ କରିଛି ବିଜେଡିା ଏହି ଆସନ ପାଇଁ ପ୍ରିୟଦର୍ଶି ମିଶ୍ର ଏବଂ ଚିନ୍ମୟ ସାହୁଙ୍କ ନାଁ ଉଠୁଥିଲା।
ଯାଜପୁର ଜିଲ୍ଲା କୋରେଇ ଆସନରେ ଆକାଶ ଦାସନାୟକଙ୍କ ଟିକେଟ କାଟି ବିଜେଡି ନିର୍ବାଚନ ଲଢ଼େଇରେ ସମ୍ପୂର୍ଣ୍ଣ ନୂଆ ଅଶୋକ ବଳଙ୍କୁ ପ୍ରାର୍ଥୀ କରିଛିା
ସୋମବାର ପ୍ରକାଶ ପାଇଥିବା ତାଲିକାରେ ବି କିଛି ନେତାଙ୍କ ଆସନ ଅଦଳ ବଦଳ ହୋଇଥିଲା। ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଚିଲିକାରେ ପ୍ରାର୍ଥୀ କରାଯାଇଥିବା ବେଳେ ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ବେଗୁନିଆ ପଠା ଯାଇଛିା
ସେହିପରି ପ୍ରଥମ ଦଫା ପ୍ରାର୍ଥି ତାଲିକାରେ ୧୪ ବିଧାୟକଙ୍କ ଟିକେଟ କାଟି ବିଜେଡି ନୂଆ ମୁହଁକୁ ପ୍ରାର୍ଥୀ କରିଥିବା ବେଳେ ଦ୍ୱିତୀୟ ଦଫା ତାଲିକାରେ ୮ ଜଣଙ୍କ ଟିକେଟ କଟିଥିଲା।
ବିଜେଡି ଚଳିତ ଥର ଏତେ ସଂଖ୍ୟକ ବିଧାୟକଙ୍କ ଟିକେଟ କାଟି ନୂଆ ମୁହଁକୁ ଅଗ୍ରାଧିକାର ଦେଇଥିବାରୁ ଏହାକୁ ନେଇ ରାଜନୀତି ଜୋର୍ ଧରିଛିା
କୁହାଯାଉଛି ଯେଉଁ ନିର୍ବାଚନ ମଣ୍ଡଳୀରେ ବିଜେଡିର ସ୍ଥିତି ଭଲ ନାହିଁ ଏବଂ ସ୍ଥାନୀୟ ନେତାଙ୍କ ବିରୋଧରେ ଅସନ୍ତୋଷ ରହିଛି ସେଠି ରିସ୍କ ନେବାକୁ ଚାହିଁ ନାହାନ୍ତି ବିଜେଡି ସୁପ୍ରିମୋ। ଦଳୀୟ ସର୍ଭେ ରିପୋର୍ଟ ଆଧାରରେ ପ୍ରାର୍ଥୀ ବଦଳା ଯାଇଛିା
ଯେଉଁଠି ନୂଆ ମୁହଁ ଦିଆଯାଇଛି ସେଠି ବି ବିଜେଡି ବିପଦମୁକ୍ତ ନୁହେଁ ବୋଲି ଚର୍ଚ୍ଚା ହେଉଛିା କାରଣ ନୂଆ ପ୍ରାର୍ଥୀଙ୍କ ରାସ୍ତାରେ ପୁରୁଣା ନେତା କଣ୍ଟା ହୋଇପାରନ୍ତି ବୋଲି କୁହାଯାଉଛିା ତେବେ ନୂଆ ପ୍ରାର୍ଥୀ ବିଜେଡି ପାଇଁ ଫାଇଦା ନା ରିସ୍କ ହେଉଛନ୍ତି ତାହା ମେ’୨୩ ପରେ ସ୍ପଷ୍ଟ ହୋଇଯିବା


















