ଓଡ଼ିଶାଲାଇଭ ପଲିଟିକାଲ୍‌ ବ୍ୟୁରୋ

ଏବେ ସବୁଠି ନିର୍ବାଚନୀ ତାତି। ରାଜ୍ୟ ରାଜନୀତିରେ ପ୍ରତିଦିନ କିଛି ନା କିଛି ଘଟୁଛି। ଜାହା ସୂଚନା ମିଳୁଛି ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ଆହ୍ଵାନକୁ ଗ୍ରହଣ କରିଛନ୍ତି ପିସିସି ସଭାପତି।

ନିରଞ୍ଜନ ଘସିପୁରା ସହ ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ଘସିପୁରା ଓ ଭଦ୍ରକର ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢ଼ିବା ନେଇ ନିରଞ୍ଜନ ସ୍ପଷ୍ଟ କରିଛନ୍ତି।

ଆଜି ସେ ନିଜ ସମର୍ଥକଙ୍କ ସହ ଘସିପୁରା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ସେହିପରି ଏପ୍ରିଲ ୮ରେ ଭଣ୍ଡାରୀପୋଖରି ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ। ଏହି ୨ଆସନ ଲାଗି ଟିକେଟ ଘୋଷଣା ହୋଇନଥିଲେ ମଧ୍ୟ ଏଆଇସିସି ପକ୍ଷରୁ ସ୍ପଷ୍ଟ ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ପିସିସି ସଭାପତି ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ ହେବାପରେ ଏହାକୁ ନେଇ ରାଜନୈତିକ ମହଲରେ ଭିନ୍ନ ପ୍ରତିକ୍ରିୟା ଆସୁଛି।

Comment