ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଦିଲ୍ଲୀ ଦରବାର ନୁହେଁ, ଓଡ଼ିଶା ରାଜନୀତିରେ ସକ୍ରିୟ ରହିବାକୁ ଚାହୁଁଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛିା ଗତ କିଛି ମାସ ତଳେ ରାଜ୍ୟସଭାକୁ ଯାଇଥିବା ସୌମ୍ୟଙ୍କୁ ବିଜେଡି ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ କରିଛିା

ସୌମ୍ୟଙ୍କୁ କାହିଁକି ବିଧାୟକ ଟିକେଟ ଦେଲା ବିଜେଡି?

ସୌମ୍ୟରଞ୍ଜନ ପଟ୍ଟନାୟକ ଓଡ଼ିଶା ରାଜନୀତିର ଜଣାଶୁଣା ଚେହେରା। ୨୦୦୯ରେ ସେ କଂଗ୍ରେସ ଟିକେଟରେ ଖଣ୍ଡପଡ଼ାରୁ ନିର୍ବାଚନ ଲଢ଼ିଥିଲୋ ହେଲେ ପରାଜିତ ହୋଇଥିଲୋ ୨୦୧୪ ନିର୍ବାଚନ ପୂର୍ବରୁ କଂଗ୍ରେସରୁ ବହିଷ୍କୃତ ହେବା ପରେ ସୌମ୍ୟ ଆମ ଓଡ଼ିଶା ପାର୍ଟି ଗଠନ କରିଥିଲୋ

ଆମ ଓଡ଼ିଶା ପାର୍ଟି ଟିକେଟରେ ୨୦୧୪ରେ ସୌମ୍ୟ ଖଣ୍ଡପଡ଼ା ଆସନରୁ ଲଢ଼ିଥିଲୋ ମାତ୍ର ସେ ଅଳ୍ପ ଭୋଟରେ ପରାଜିତ ହୋଇଥିଲୋ ବିଜେଡି ପ୍ରାର୍ଥୀ ଅନୁଭବ ପଟ୍ଟନାୟକ ବିଜୟୀ ହୋଇଥିଲୋ

୨୦୧୯ ନିର୍ବାଚନ ପୂର୍ବରୁ ସୌମ୍ୟ ବିଜେଡିରେ ଯୋଗ ଦେଇଥିଲୋ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ହେଲେ ସୌମ୍ୟ ଦିଲ୍ଲୀ ଦରବାରରେ ରହିବାକୁ ଚାହୁଁ ନଥିଲୋ ଖଣ୍ଡପଡ଼ାରେ ସେ ଗତ ଥର ଅଳ୍ପ ଭୋଟରେ ପରାଜିତ ହୋଇଥିବାରୁ ଖଣ୍ଡପଡ଼ାରୁ ବିଜେଡି ଟିକେଟ ନେବା ପାଇଁ ଲବି କରିଥିଲୋ ଶେଷରେ ସୌମ୍ୟ ବିଜେଡି ଟିକେଟ ବାଜି ମାରି ନେଇଛନ୍ତିା

LEAVE A REPLY

Please enter your comment!
Please enter your name here