ଓଡ଼ିଶାଲାଇଭ୍ ବ୍ୟୁରୋ

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ନିକଟରେ ଏହି ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବିତ କରାଯାଇଥିଲା। ତେବେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଏକ ହଷ୍ଟେଲ ସାମ୍ନାରେ ତାଙ୍କୁ ଗଳି କରି ହତ୍ୟା କରାଯାଇଛି। ପୋଲିସ ଏହି ଘଟଣାରେ ତଦନ୍ତ କରି ୪ ଜଣଙ୍କୁ ଗିରଫ କରିଛି।
ଏହି ଛାତ୍ରଙ୍କ ଗୌରବ ସିଂହ। ଗୌରବ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ କରୁଥିଲେ। ୨୦୧୭ ମସିହାରେ ବିଶ୍ୱବିଦ୍ୟାଳୟ ପରିସରରେ ଦଙ୍ଗା ଭିଆଇବା ଅଭିଯୋଗରେ ଗୌରବଙ୍କୁ ବିଶ୍ୱବିଦ୍ୟାଳୟରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ନାଁରେ କ୍ୟାମ୍ପସର ଏକ ବସ୍କୁ ଜାଳିଦେଇଥିବା ଅଭିଯୋଗ ରହିଥିଲା।

ତେବେ ମଙ୍ଗଳବାର ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିର୍ଲା ହଷ୍ଟେଲ ସାମ୍ନାରେ ଗୌରବ ସାଙ୍ଗସାଥୀଙ୍କ କଥା ହେଉଥିଲେ। ଠିକ୍ ଏହି ସମୟରେ ବାଇକ୍ରେ ୪ଜଣ ଛାତ୍ର ଆସି ଗୌରବଙ୍କ ଉପରକୁ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ଗୌରବଙ୍କ ଦେହରେ ୩ଟି ଗୁଳି ବାଜି ଥିଲା।
ଗୁରୁତର ଅବସ୍ଥାରେ ଗୌରବଙ୍କୁ ସାଙ୍ଗେସାଙ୍ଗେ ହସ୍ପିଟାଲକୁ ନିଆଯାଇଥିଲେ। ଚିକିତ୍ସା ହେବା ସମୟରେ ହସ୍ପିଟାଲରେ ଗୌରବଙ୍କ ମୃତ୍ୟୁ ଘଟିଛି। ଗୌରବଙ୍କ ବାପାଙ୍କ ଅଭିଯୋଗେ କ୍ରମେ ପୋଲିସ ଏହି ଘଟଣାରେ ୪ଜଣ ଛାତ୍ରଙ୍କୁ ଗିରଫ କରିଛି। ଏହି ଘଟଣାରେ ପୋଲିସ୍ ବିଶ୍ୱବିଦ୍ୟାଳୟର ଜଣେ ଉଚ୍ଚସ୍ଥ ମହିଳା କର୍ମଚାରୀଙ୍କୁ ଅଭିଯୁକ୍ତ ଦର୍ଶାଇ ତଦନ୍ତ ଜାରି ରଖିଛି।












