ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନରେ ଦିନ ଦ୍ୱି’ପହରରେ ଜାତୀୟ ରାଜପୁତ କରଣୀ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷକ ସୁଖଦେବ ସିଂହ ଗୋଗାମେଡୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମଙ୍ଗଳବାର ଦିନ ଦୁଇ ଜଣ ଆକ୍ରମଣକାରୀ ସୁଖଦେବଙ୍କ ଘରେ ପଶି ଆଖିବୁଜା ଗୁଳି ଚାଳନା କରିଥିଲେ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ସୁକଦେବ ସିଂହଙ୍କର ଜଣେ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସ୍ପଷ୍ଟ ଦିବାଲୋକରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ରାଜସ୍ଥାନର ରୋହିତ ଗୋଦାର ଗ୍ୟାଙ୍ଗ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି। ଏହି ଗ୍ୟାଙ୍ଗର ଗ୍ୟାଙ୍ଗଷ୍ଟର ଲରେନ୍ସି ବିଷ୍ଣୋଇଙ୍କ ଗ୍ୟାଙ୍ଗ  ସହ ସମ୍ପୃକ୍ତି ଥିବା ଜଣାପଡ଼ିଛି।

ଏହି ବର୍ବର କାଣ୍ଡକୁ ନେଇ ରାଜସ୍ଥାନରେ ବିକ୍ଷୋଭ ଆରମ୍ଭ କରିଛି କରଣୀ ସେନା। ହତ୍ୟାକାରୀଙ୍କୁ ତୁରନ୍ତ ଧରି ଦଣ୍ଡଦେବା ଦାବିରେ ବିଭିନ୍ନ ସ୍ଥାନରେ ଜଳପୋଡ଼ା ସହ ହିଂସା ଆରମ୍ଭ ହୋଇଛି।

Tags: #RajputKarnisenachiefdies #SukhdevSinghGogamedi #ShotDead #Rajstnan

Comment